କଣ୍ଟେନରକୁ ଧକ୍କା ଦେଲା ବସ, ୧୮ ମୃତ ୩୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ଉନ୍ନାଓ୍ବରେ ବଡ଼ଧରଣର ବସ୍ ଦୁର୍ଘଟଣା। ମର୍ମନ୍ତୁଦ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସଓ୍ବେରେ ଘଟିଛି ଦୁର୍ଘଟଣା। କ୍ଷୀର କଣ୍ଟେନରକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।।

ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାର ସୀତାମଣ୍ଡିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ବସ୍। ନିୟନ୍ତ୍ରଣ ହରାଇ କ୍ଷୀର କଣ୍ଟେନରକୁ ଧକ୍କା ଦେଲା ବସ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଛି।