ଦୁଇ ମାସ ଧରି କୋମାରେ ଥିଲେ ଯୁବକ, ‘ଚିକେନ’ ନାମ ଶୁଣିବା ମାତ୍ରେ ଆସିଲା ହୋସ୍

1 min read

ତାଇପେଇ(ତାଇୱାନ): ନିଜ ମନପସନ୍ଦ ଖାଦ୍ୟର ନାଆ ଶୁଣିବା ମାତ୍ରେ ବା ତାକୁ ସାମ୍ନାରେ ଦେଖିବା ମାତ୍ରେ ମନରେ ଲୋଭ ଆସିଥାଏ ତାକୁ ଖାଇବା ପାଇଁ । କିନ୍ତୁ ତାଇୱାନରେ ଖାଦ୍ୟକୁ ନେଇ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ତାଇୱାନର ଜଣେ ୧୮ ବର୍ଷିୟ ଯୁବକ ଦୀର୍ଘ ୨ ମାସ ଧରି କୋମାରେ ଥିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି ନିଜ ମନପସନ୍ଦକ ଖାଦ୍ୟ ଚିକେନର ନାମ ଶୁଣିବା ମାତ୍ରେ ସେ କୋମାରୁ ଫେରିଆସିଥିବା କୁହାଯାଉଛି । ସୂଚନା ଅନୁଯାୟୀ ତାଇୱାନର ୧୮ ବର୍ଷର ଯୁବକ ଚିୟୁକୁ ଚିକେନ ଖୁବ ପସନ୍ଦ ଥିଲା । ଦୀର୍ଘ ୨ ମାସ ହେବ କୋମାରେ ଥିବା ସମୟରେ କେହି ଜଣେ ତାଙ୍କ ସାମ୍ନାରେ ଚିକେନ ଫିଲେଟର ନାମ ଧରିଥିଲେ ।  ଚିକେନର ନାଁ ଶୁଣିବା ମାତ୍ରେ ଚିୟୁ କୋମାରୁ ଫେରିଆସିଥିବା କୁହାଯାଉଛି । ଏହି ଘଟଣା ଦେଖି ପରିବାର ଲୋକଙ୍କ ସମେତ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।

ତାଇୱାନ ନ୍ୟୁଜ ରିପୋର୍ଟ ମୁତାବକ, ତାଇୱାନରେ ରହୁଥିବା ଚିୟୁର କିଛି ଦିନ ପୂର୍ବରୁ ଆକ୍ସିଡେଣ୍ଟ ହୋଇଥିଲା । ଦୁର୍ଘଟଣା ଖୁବ ଭୟଙ୍କର ଥିଲା, ତାଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିୟୁକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଚିୟୁର ଜୀବନ ତ ବଞ୍ଚିଯାଇଥିଲା କିନ୍ତୁ ସେ କୋମାକୁ ଚାଲିଯାଇଥିଲେ । ପାଖାପାଖି ୨ ମାସ ଧରି ଚିୟୁ କୋମାରେ ରହିଥିଲେ । ପରିବାରର ସମସ୍ତ ସଦସ୍ୟ ଚିୟୁର ସ୍ୱାସ୍ଥ୍ୟରେ ସୁଧାର ପାଇଁ ପ୍ରାର୍ଥନା କରୁଥିଲେ ।

ରିପୋର୍ଟ ମୁତାବକ ଚିୟୁର ପରିବାର ଲୋକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବଳେ ଚିୟୁର ବଡ଼ ଭାଇ ତାଙ୍କୁ ଦେଖାକରିବାକୁ ଡାକ୍ତରଖାନା ଆସିଥିଲେ ଆଉ ମଜା ମଜାରେ କହିଥିଲା ଯେ, ସେ ତାଙ୍କ ମନ ପସନ୍ଦର ଚିକେନ ଫିଲେଟ ଖାଇବାକୁ ଯାଉଛନ୍ତି । ଏହା ପରେ ସେଠିକାର ମହୋଲ ହିଁ ବଦଳିଯାଇଥିଲା । କୋମାରେ ରହିବା ସତ୍ତ୍ୱେ ମଧ୍ୟ ତା ହୃଦସ୍ପନ୍ଦନ ଗତି ବଢ଼ିବାକୁ ଲାଗିଲା ଏବଂ ଚିୟୁଙ୍କୁ ହୋସ୍ ଆସିଥିଲା । ଚିୟୁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।

Leave a Reply