କୋଭିସିଲ୍ଡ ପ୍ରଥମ ଡୋଜର ୮୪ ଦିନ ପରେ ନେବେ ଦ୍ୱିତୀୟ ଡୋଜ୍

1 min read
India Corona Vaccine Covishield Not Recognised By UK Effect On Passenger

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ଲାଗୁ ହେବ କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ନୂଆ ଅବଧି ନିୟମ । ଏଣିକି ୬ସପ୍ତାହ ପରିବର୍ତ୍ତେ ୧୨ ସପ୍ତାହ ପରେ ମିଳିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ । ଏନେଇ ସବୁ ଜିଲ୍ଲାପାଳ ଓ  ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

୬ ସପ୍ତାହ ପରିବର୍ତ୍ତେ ୧୨ସପ୍ତାହ ପରେ ମିଳିବ ଦ୍ୱିତୀୟ ଡୋଜ୍ । ୮୪ ଦିନରୁ କମ୍ ହେଲେ ଟିକା ନଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ କୋୱିନ୍ ପୋର୍ଟାଲରେ ଆଜି ରାତିରେ ପରିବର୍ତ୍ତନ କରାଯିବ । ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ କୋ-ୱିନରେ ସ୍ଲଟ ବୁକିଂ କରିଥିଲେ ପୁଣି ଥରେ ନିର୍ଦ୍ଧାରିତ ଦିନ ପରେ ବୁକିଂ ପାଇଁ ପରାମର୍ଶ ଦିଆଯାଇଛି ।

କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବଢ଼ିଛି । ଫଳରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କ ସହ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Leave a Reply