ବେଙ୍ଗାଲୁର ବର୍ବର ଦୁଷ୍କର୍ମ: ଅଭିଯୁକ୍ତ ଖସି ଯିବାବେଳେ ଏନକାଉଣ୍ଟର କଲା ପୋଲିସ

ବେଙ୍ଗାଲୁରୁ: ଜଣେ ଯୁବତୀଙ୍କୁ ଅମାନୁଷିକ ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ଏହି ଘଟଣା ବିଷୟରେ ଅନୁସନ୍ଧାନ ଜାରି ରଖିଥିଲା ପୋଲିସ। ଅଭିଯୁକ୍ତଙ୍କୁ ବେଙ୍ଗାଲୁରରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । କିନ୍ତୁ ସଂଶ୍ଲିଷ୍ଟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟରୁ ୨ ଜଣ ଖସିଯିବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଛି ।

୨ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୋଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସୂଚନା ଅନୁଯାୟୀ ଗତକାଲି ସମସ୍ତ ଅଭିଯୁକ୍ତକୁ ପୋଲିସ ବେଙ୍ଗାଲୁରରୁ ଗିରଫ କରିବାରେ ସଫଳ ହୋଇଥିଲା । ଆଜି ଭୋର୍‌ ପ୍ରାୟ ୫ଟା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଘଟଣସ୍ଥଳକୁ ନେଇଥିଲା। ଘଟାଇଥିବା ନୃଶଂସ କାଣ୍ଡର ପୁନଃସଂରଚନା ନିମନ୍ତେ । କିନ୍ତୁ ଭୋର ସମୟରେ ୬ ଜଣଙ୍କୁ ମଧ୍ୟରୁ ୨ଜଣ ଅଭିଯୁକ୍ତ ସେଠାରୁ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଅଭିଯୁକ୍ତ ଦ୍ୱୟକୁ ଗୁଳିମାଡ କରିଥିଲା ।

ଅଭିଯୁକ୍ତଙ୍କୁ ଗୋଡରେ ଗୁଳି ବାଜିଥିବେଳେ ଉଭୟେ ଆହତ ହୋଇଥିବା ଜଣାପଡିଛି । ପୂର୍ବ ବେଙ୍ଗାଲୁରୁର ଡିସିପି ଶ୍ରନପ୍ପା ଏସ୍‌ ଡି ଗଣାମାଧ୍ୟମକୁ ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ଆହତ ଅଭିଯୁକ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି। ସୂଚନା ମୁତାବକ ସମସ୍ତେ ବାଂଲାଦେଶର ହୋଇଥିବାବେଳେ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ଜଣେ ଯୁବତୀ  ।

ଗତକାଲି ଭିଡିଓ ଭାଇରାଲ ପରେ ପୋଲିସ କେଉଁ ସ୍ଥାନର ଘଟଣା ବୋଲି ଟ୍ରେସ୍ କରିପାରିନଥିଲା । ୫ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଆସାମ ପୋଲିସ ଟ୍ବିଟ୍ କରିଥିଲା । ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ସୋସିଆଲ୍ ମିଡିଆରେ ମଧ୍ୟ ଜୋର ଧରିଥିଲା ଦାବି। ପୋଲିସ ତଦନ୍ତଙ୍କୁ ତ୍ୱରାନିତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି  ।

Leave a Reply