ବିଜେବି କଲେଜ ଛାତ୍ରଙ୍କୁ ଗୋଡାଇ ହାଣିବା ଘଟଣାରେ ରିମାଣ୍ଡରେ ଗଲେ ଅଭିଯୁକ୍ତ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ର ଗୋଡେଇ ଗୋଡେଇ ହାଣିବା ଘଟଣା । ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଲା ବଡଗଡ଼ ଥାନା ପୋଲିସ । ଦିପୁ ପ୍ରଧାନ ଓ ଭିକି ନାୟକକୁ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଅପରାଧର ସତ ଓଗାଳିବା ପରେ କୋର୍ଟରେ ହାଜର କରାଯିବ । କ୍ୟାପିଟାଲ ଥାନା ପୋଲିସ ସହାୟତରେ କେଦାରପଲ୍ଲୀ ଓ ମଇଁଷିଖାଲ ବସ୍ତିରେ ଚଢ଼ାଉ ହୋଇଛି ।

ଘଟଣାରେ ଆଉ ଜଣଙ୍କୁ ଗିରଫ କରିଥିଲା ବଡଗଡ଼ ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ମହେଶ୍ବର ସାହୁ । ପୋଲିସ ତା ନିକଟରୁ ମାରଣାସ୍ତ୍ର ଜବତ କରିଛି । ଏହି ଘଟଣାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ପୂର୍ବରୁ ଅଭିଯୁକ୍ତର ଘରକୁ ମଧ୍ୟ ଭାଙ୍ଗିଥିଲା ପୋଲିସ । ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବାକୁ କ୍ୟାମ୍ପସରେ ପୋଷ୍ଟର ଲଗାଇଥିଲେ କର୍ତ୍ତୃପକ୍ଷ । କଲେଜ କର୍ତ୍ତୃପକ୍ଷ ଓ ପୋଲିସର ମିଳିତ ଉଦ୍ୟମରେ ନିଆଯାଇଛି ପଦକ୍ଷେପ ।