ରାଜ୍ୟର ଦୁଇଟି ସ୍ଥାନରେ ନଦୀରେ ବୁଡ଼ି ଚାଲିଗଲା ୪ ଜଣ କୋମଳ ଶିଶୁଙ୍କର ଜୀବନ

1 min read

ଯାଜପୁର: ଯାଜପୁର ଖରସ୍ରୋତାରେ ବୁଡ଼ି ୨ ଭାଇଙ୍କର ସଳିଳ ସମାଧି। ହାତ ଧରାଧରି ହୋଇ ଚାଲିଗଲେ ଏକାବେଳକେ ଦୁଇ ଭାଇ। ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତ ଚିନ୍ତାପଲ୍ଲୀର ଏଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ମୃତକ ଦ୍ୱୟ ହେଲେ ବଡ଼ପୁଅ ଦୀନବନ୍ଧୁ ଚନ୍ଦ ଓ ସାନ ପୁଅ ଦିବାକର ଚନ୍ଦ। ଦୁଇ ଭାଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକ ଓ ଅଗ୍ନିଶମବାହିନୀ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ବେଳେ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁରା ପରିବାର ଏବେ କାନ୍ଦବୋବାଳିରେ ଫାଟିପଡ଼ୁଛି।

ସେପଟେ ବନ୍ଧରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ସି-କଲୋନୀର ହେଉଛନ୍ତି ୨ ଜଣ ଶିଶୁ। ଗାଁ ପାଖ ବନ୍ଧକୁ ଗାଧୋଇବାକୁ ଯାଇଥିଲା ବେଳେ ଘଟିଛି ଅଘଟଣ। ମୃତକ ୨ ଜଣ ଶିଶୁ ହେଉଛନ୍ତି ୭ବର୍ଷର ରଞ୍ଜିତା ଗୋଲରୀ, ୮ବର୍ଷର ମେଘ ଖରାଙ୍କ। ଗାଁର ଅନ୍ୟପିଲାଙ୍କ ସହ ଗାଧୋଇବା ପାଇଁ ଯାଇଥିଲେ। ୨ଶିଶୁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ ଗ୍ରାମବାସୀ। ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Leave a Reply