ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା କଞ୍ଜା ଗାଁରେ ଅଘଟଣ । ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମୃତକ ମାନଙ୍କ ମଧ୍ୟରୁ ଜଣେ ସେହି ଗାଁର ମହେଶ୍ୱର ବିଶ୍ୱାଳ ଓ ଅନ୍ୟଜଣେ କବିନ୍ଦ୍ର ଗଡ଼ନାୟକ ହୋଇଥିବା ଜଣା ପଡ଼ିଛି । ଉଭୟଙ୍କର ଅସାବଧାନତା ଯୋଗୁଁ ସେମାନେ ସେଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ତେବେ ଘଟଣା ସ୍ଥଳରେ  ମହେଶ୍ୱରଙ୍କ ମୃତ୍ୟୁ ହୋଇଥିବା ବେଳେ କବୀନ୍ଦ୍ରଙ୍କୁ ସକାଳେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେହିଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଖବର ପାଇ ପୋଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply