ନନ୍ଦିଘୋଷ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ବଡଗଡ଼ ଥାନା ବିଜେବି ନଗରରେ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ, ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ । ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ । ଦୁହିଁଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ଆଜି ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ । ଘରୁ ବାହାରିବା ବେଳେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଡିଭାଇଡରରେ ପିଟି ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

