ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସୁଥିଲେ, ଭଦ୍ରକରେ ଦୁର୍ଘଟଣା ଘଟି ୨ ମୃତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି । ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କାରରେ ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।