୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନେ ଏମିତି ଦେବେ ପରୀକ୍ଷା

ଭୁବନେଶ୍ୱର: ଚଳିତ ବର୍ଷ ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । କୋଭିଡ଼ ସମସ୍ୟା ପାଇଁ ଯୁକ୍ତ ୨ ପରୀକ୍ଷା ଢାଞ୍ଚା ବଦଳିଥିବା ସୂଚନା । ନୂଆ ସିଲାବସ ଅଧୀନରେ ଆସୁଥିବା ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ, ଅର୍ଥାତ୍ ଯେଉଁମାନେ ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କ ପାଇଁ କମିଥିବା ସିଲାବସରୁ ପ୍ରଶ୍ନ ଆସିବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ କରିଥିବା ପରୀକ୍ଷାର୍ଥୀମାନଙ୍କ ପ୍ରଶ୍ନ ପତ୍ରରେ ପ୍ରାୟ ୫୦% ମଲ୍‌ଟିପୁଲ ଚଏସ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ହାରାହାରି ୩୦ % ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ପିଲାମାନଙ୍କ ପାଇଁ ଅଧିକ ବିକଳ୍ପ ରହିବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ । ହାରାହାରି ୨୦ % ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ମଧ୍ୟରେ ସୀମିତ ରହିବ ।

ଏବଂ ପୁରୁଣା ସିଲାବସ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀମାନେ ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା କିମ୍ବା ପୂର୍ବରୁ ପଞ୍ଜିକୃତ କରିଛନ୍ତି, ସେହି ପିଲାମାନଙ୍କର ସିଲାବସ ଓ ପ୍ରଶ୍ନପତ୍ର ଢାଞ୍ଚା ପୂର୍ବ ବର୍ଷ ପରି ଅପରିବର୍ତ୍ତିତ ରହିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Leave a Reply