ଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର। ମାତ୍ର ୨ ସପ୍ତାହ ହେବ ଉଚ୍ଚଶିକ୍ଷା ନିମନ୍ତେ ଯାଇଥିଲେ ଆମେରିକାକୁ । କୋଠରୀରୁ ଦୁଇ ରୁମମେଟଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଉଛନ୍ତି ତେଲେଙ୍ଗାନା ୱାନାପାର୍ଥିର ଜି ଦିନେଶ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ନିକେଶ । ଦୁହିଁଙ୍କ ମୃତଦେହ ତାଙ୍କ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଦିନେଶ ଆମେରିକାକୁ ୨୮ ଡିସେମ୍ବର ୨୦୨୩ ଦିନ ଉଚ୍ଚଶିକ୍ଷା ନିମନ୍ତେ ଯାଇଥିଲେ । ସେପଟେ ଦୀନେଶଙ୍କ ମୃତ ଦେହ ଭାରତକୁ ଫେରେଇ ଆଣିବା ନିମନ୍ତେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ କରୁଛି ପୋଲିସ ।