୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ

1 min read

ଭୁବନେଶ୍ବର: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଡ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ମୋଟ ୨ ଲକ୍ଷ ୫୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର ଟଙ୍କାର କାମଚଳା ବଜେଟ ରହିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ୩୯୭୦.୩୯ କୋଟି ଟଙ୍କା ମଞ୍ଜୁର ହୋଇଛି। ସ୍କୁଲ ଓ ଗଣଶିକ୍ଷା ପାଇଁ ୨୪୭୬୪.୨୮ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୧୯୭୨୯.୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିପରି ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ପାଇଁ ୯୮୬୮.୩୮ କୋଟି, କ୍ରିଡ଼ା ଯୁବ ବ୍ୟାପାର ପାଇଁ ୧୩୦୪.୯୫ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୨୨୫୪୩.୩୩ କୋଟି, ଜଳ ସମ୍ପଦ ପାଇଁ ୧୩୨୬୭.୪୦ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୧୨୧୯.୩୧ କୋଟି, କୃଷି ଓ କୃଷକ ସଶକ୍ତିକରଣ ପାଇଁ ୭୯୨୩.୮୭ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

ଗ୍ରାମୀଣ ବିକାଶ ପାଇଁ ୯୩୩୦ କୋଟି, ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି, ମତ୍ସ୍ୟ ଓ ପଶୁ ସମ୍ପଦ ପାଇଁ ୧୯୩୭.୬୫ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି, ଉଚ୍ଚ ଶିକ୍ଷା ପାଇଁ ୩୪୬୯.୮୩ କୋଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଲାଗି ୨୧୯.୮୨ କୋଟି, ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

ରାଜ୍ୟ ଅବିବୃଦ୍ଧି ହାର ଜାତୀୟ ହାରରୁ ଅଧିକ ରହିଛି । ରାଜ୍ୟ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି ।