spot_img

Latest Posts

ପୁରୀରେ ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ପୁରୀରେ ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ । ଗତକାଲି ମେରାଇନ ଥାନା ଅଞ୍ଚଳ ବ୍ରାହ୍ମଣ ପୋଖରୀ ନିକଟ ଜଣେ ଟାଇଲ ମିସ୍ତ୍ରୀକୁ ହତ୍ୟା କରାଯାଇଥିବାବେଳେ ଆଜି ଟାଉନ ଥାନା ଅଞ୍ଚଳ ଶ୍ରୀସେତୁ ଜଳ ଭଣ୍ଡାର ଠାରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ଗତକାଲି ପଶ୍ଚିମବଙ୍ଗ ମେଦିନପୁରର ୩୫ବର୍ଷୀୟ ଶେଖ ନୋରା ଆଲାମକୁ ମୁଶରଫ ହତ୍ୟା କରିଥିଲା l ସାମାନ୍ୟ ମୋବାଇଲ ଭିଡ଼ିଓ ଡିଲିଟ ହେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହେବା ସହ ମୁଶରଫ ରାଗରେ ହାତୁଡି ସହାର୍ଯ୍ୟରେ ଶେଖ ନୋରା ଆଲାମକୁ ହତ୍ୟା କରି ଫେରାର ହୋଇଯାଇଥିଲା । ପୋଲିସ କୋଲକାତାରୁ ମୁଶରଫକୁ ଗିରଫ କରିଛି l

ସେପଟେ ପୁରୀ ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତ ନାବାଳକ ଜଣକ ଘରୁ ବୁଧବାର ଦିନ ଜଳଖିଆ ପାଇଁ ଆସି କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ସୂର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂର୍ଯ୍ୟ ଯୁକ୍ତଦୁଇର ଛାତ୍ର ଥିଲେ । ତେବେ କିଏ ଏବଂ କାହିଁକି ସୂର୍ଯ୍ୟଙ୍କୁ ହତ୍ୟାକଲା ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି l

Latest Posts

Don't Miss