spot_img

Latest Posts

ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ୨ ଓଡ଼ିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକକୁ ଟିକେଟ୍। ଭାରତୀୟ ହକି ଦଳରେ ୨ ଓଡିଆ। ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ଅଲିମ୍ପିକ୍ ଟିକେଟ୍। ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ପୁରୁଷ ଟିମ୍ ଘୋଷଣା କରାଯାଇଛି। ୧୦ଜଣ ନୂଆ ମୁହାଁ ଥିବା ବେଳେ ବାକି ୬ଜଣ ଦଳରେ ବରିଷ୍ଠ ସଦସ୍ୟ ରହିଛନ୍ତି। ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ବେଙ୍ଗାଳୁରୁରେ ଏବେ ଏମାନେ ଅଭ୍ୟାସ କରୁଛନ୍ତି। ୨୦୧୬ରେ ଆଣ୍ଠୁରେ ଆଘାତ ଯୋଗୁ ବୀରେନ୍ଦ୍ର ଲାକ୍ରା ବାଦ୍ ପଡିଥିଲେ। ଏଥର ତାଙ୍କୁ ସୁଯୋଗ ମିଳିଛି। ସେହିପରି ଟିମରେ ଅମିତ ରୋହିଦାସଙ୍କୁ ସାମିଲ କରାଯାଇଥିବା ହକି ଇଣ୍ଡିଆ କହିଛି। ଗତକାଲି ମହିଳା ହକି ଦଳରେ ଏକମାତ୍ର ଓଡିଆ ଖେଳାଳି ଦୀପଗ୍ରେସ୍ ଏକ୍କାଙ୍କୁ ଟିକେଟ୍ ମିଳିଛି। ଭାରତୀୟ ପୁରୁଷ ଦଳ ପୁଲ୍ ଏରେ ଥିବା ବେଳେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ହୋଷ୍ଟ ଜାପାନ ସହ ଖେଳିବ। ଟୁର୍ଣ୍ଣାମେଣ୍ଟ ୨୩ ଜୁଲାଇରୁ ଆରମ୍ଭ ହୋଇ ୫ ଅଗଷ୍ଟ ଯାଏ ଚାଲିବ।

Latest Posts

Don't Miss