spot_img

Latest Posts

ନୂଆପଡ଼ାରୁ କେଦାରନାଥ ସାଇକେଲରେ ଯାତ୍ରା

ନୂଆପଡା: ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମରେ ସବୁକିଛି ସମ୍ଭବ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ନୂଆପଡ଼ାର ୨ ସାହସୀ ଛାତ୍ର । ସାଇକେଲରେ ନୂଆପଡ଼ାରୁ କେଦାରନାଥକୁ  ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲା କୁମୁନା ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତ କାଲିମାଟିଆ ଗାଁର ସୁନୀଲ କୁମାର ହଂସ ଓ କେଶନ ନାଗ କରିଛନ୍ତି ସାଇକେଲ ଯାତ୍ରା।

ଗତ ମେ’ ୧୬ ତାରିଖରୁ ନିଜ ଗାଁରୁ ସାଇକଲ ଯାତ୍ରା ଆରମ୍ଭ କରି ୪୩ ଦିନ ପରେ ବାବା କେଦାରନାଥ ଧାମରେ ପହଞ୍ଚିଛନ୍ତି ଏହି ଦୁଇ ସାହାସୀ ଛାତ୍ର। ପ୍ରଥମେ ନିଜ ଗାଁରୁ ବାହାରିବା ପରେ ମା’ ସମଲେଇ ଠାକୁରାଣୀ ପରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ୪୩ ଦିନ ଭିତରେ ୩୦୦୦ କି.ମି ସାଇକେଲ ଚଳାଇ କେଦାରନାଥ ଧାମରେ ପହଞ୍ଚି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି ଏହି ଦୁଇ ଛାତ୍ର। ଏମାନଙ୍କ କହିବା ଅନୁଯାଇ ବାବା କେଦାରନାଥ ତାଙ୍କ ପାଖକୁ ଆସିବା ପାଇଁ ସ୍ୱପ୍ନାଦେଶ ଦେଇଥିଲେ। ଆଉ ତାଙ୍କରି ଆଦେଶ ପାଇ ବୋହୂ ଝଡ଼ ଝଞ୍ଜା ଭିତରେ ଖରା, ବର୍ଷା ଓ ଶୀତ ସହି ଜଙ୍ଗଲ ପାହାଡ ଡେଇଁ ଆସି ପହଂଚିଛନ୍ତି କେଦାରନାଥ ଧାମରେ ।

Latest Posts

Don't Miss