୨ ଲସ୍କର ଆତଙ୍କବାଦୀଙ୍କୁ ଧରାଇଲେ ଗ୍ରାମବାସୀ, ଅମରନାଥରେ ଆକ୍ରମଣ ପାଇଁ କରିଥିଲେ ଯୋଜନା

1 min read

ଶ୍ରୀନଗର:  ଅମରନାଥ ଯାତ୍ରାରେ ଆକ୍ରମଣ ନେଇ ହୋଇଥିଲା  ବଡ଼ ଧରଣର ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ମଧ୍ୟ କରାଯାଇଛି ।  ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର ତୁକସାନ ଗ୍ରାମବାସୀ ଲସ୍କରର ୨ ଆତଙ୍କବାଦୀଙ୍କୁ ହତିଆର ସହିତ ପୋଲିକୁ ଧରାଇ ଦେଇ ଦେବାରେ ସାହାଯ୍ୟ କରିଛନ୍ତି । ସେମାନଙ୍କ ନିକଟରୁ ୨ଟି AK-୪୭ ରାଇଫେଲ, ୭ଟି ଗ୍ରେନେଡ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ।

ଗ୍ରାମବାସୀଙ୍କ ସାହସିକତା ପାଇଁ ଡିଜିପି ସେମାନଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ସେପଟେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଏହି ଆତଙ୍କବାଦୀ ମାନଙ୍କୁ ଧରିବାରେ ସାହାଯ୍ୟ କରିଥିବା ସାହସୀ ଗ୍ରାମବାସୀଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି । ଗିରଫ ହୋଇଥିବା ଏହି ୨ ଆତଙ୍କବାଦୀ ହେଉଛନ୍ତି ଫୌଜଲ ଅହମ୍ମଦ ଏବଂ ରାଜୋରୀର ତାଲିବ ହୁସୌନ । ଫୌଜଲ ଅହମ୍ମଦ ଏକ ଲସ୍କର ଏ ତୌୟବାର ଆତଙ୍କବାଦୀ ସଂଗଠନର ସଦସ୍ୟ ।

ଲସ୍କର ତୌୟବାରର ଆତଙ୍କବାଦୀ ମାନେ ଅମରନାଥ ଯାତ୍ରାରେ ଏକ ବଡ଼ଧରଣର ଅଘଟଣ ଘଟାଇବା ପାଇଁ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଜମ୍ମୁ କାଶ୍ମୀରର ଜାତୀୟ ରାଜପଥ ସେମାନଙ୍କ ଟାଗେର୍ଟରେ ଥିଲା । ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଅମରନାଥରେ ଆକ୍ରମଣ ଯୋଜନାର ମାଷ୍ଟରମାଇଣ୍ଡ ସାମିଲ ଅଛି । ସୂଚନା ଅନୁଯାୟୀ, ତାଲିବ ହୁସୌନ ପ୍ରଥମେ ରାଜୌରୀରେ ବିସ୍ଫାରଣର ଟ୍ରାୟଲ କରିଥିଲେ । ପରେ ସେ ଡ୍ରୋନ ଜରିଆରେ ମିଳିଥିବା ହତିଆର ନେଇ ସେ ସ୍ଥାନରୁ ଫେରାର ହୋଇଯାଇଥିଲେ । ଏହା ଗୋଟିଏ ସପ୍ତାହ ପୂର୍ବରୁ ହିଁ ସେମାନଙ୍କ ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିଥିଲେ।