spot_img

Latest Posts

ଘନ କୁହୁଡିରେ ଦୁଇ ଟ୍ରକ ମଧ୍ୟରେ ଧକ୍କା, ଚାଲିଗଲା ୨ ଜଣଙ୍କର ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସିପାଇପୁଟ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । କୁହୁଡ଼ି କାରଣରୁ ଦୁଇଟି ଟ୍ରକ୍‌ ମଧ୍ୟରେ ହୋଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଦୁଇଜଣ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ପଟାଙ୍ଗି ବ୍ଲକ ଆମ୍ପବାଲି ସିମେଣ୍ଟ କାରଖାନାରୁ କୋରାପୁଟ ଅଭିମୁଖେ ସିମେଣ୍ଟ ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ଅପରପାର୍ଶ୍ୱରେ ଉମରକୋଟ ଠାରୁ ବିଶାଖାପାଟଣା ନିମନ୍ତେ ମକା ଲୋଡ଼ ଧରି ଯାଉଥିବା ଟ୍ରକ୍‌ ସିପାଇପୁଟ ଛକ ନିକଟରେ ଘନ କୁହୁଡ଼ି କାରଣରୁ ମୁହାଁ ମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁଇଟି ଟ୍ରକ୍‌ ସମ୍ପୂର୍ଣ୍ଣ ଭାବରେ ଚେପା ହୋଇଯାଇଥିଲା ।

ଉକ୍ତ ଘଟଣା ନେଇ ପଟାଙ୍ଗି ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ଆମ୍ପବାଲି ଦିଗ ଦେଇ ଆସୁଥିବା ଚାଳକର ମୃତ୍ୟୁ ଘଟିଥିଲା ।  ପୋଲିସ ଅଗ୍ନିଶମ ବିଭାଗର ସହାୟତାରେ ଦୁଇଟି ଗାଡିକୁ ଅଲଗା କରିବା ସହ ଅନ୍ୟ ଜଣେ ଗୁରୁତର ଚାଳକକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲେ ।

କିନ୍ତୁ ଡାକ୍ତରଖାନାକୁ ଯିବା ବାଟରେ ହିଁ ଚାଳକର ମୃତ୍ୟୁ ହୋଇଥିଲା । ପୋଲିସ ସୂଚନା ଅନୁଯାୟୀ ଆମ୍ପବାଲି ଗାଡି ଚାଳକର ନାମ ରାଜେଶ ପଡାଲ,  ବାରଜ ପଞ୍ଚାୟତ ଚନ୍ଦକାରେ ହୋଇଥିବା ବେଳେ ଉମରକୋଟ ଗାଡି ଚାଳକର ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ ବୋଲି ପୋଲିସ ସୂଚନା ଦେଇଛି ।

Latest Posts

Don't Miss