ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ୨୦ ବର୍ଷ

20 Years To Parliament Terrorist Attack

ନୂଆଦିଲ୍ଲୀ: ୨୦ ବର୍ଷ ତଳେ ଆଜିର ଦିନରେ ଦିଲ୍ଲୀରେ ପଶିଥିଲେ ଆତଙ୍କବାଦୀ । ସଂସଦ ପରିସରରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ୨୦୦୧ ଡିସେମ୍ବର ୧୩ ଚାଲିଥାଏ ସଂସଦର ଶୀତକାଳୀନ ଅଧିବେଶନ । କଡ଼ା ସୁରକ୍ଷା ବଳୟ ଭେଦି ଜୈସ୍ ଏ ମହମ୍ମଦ ଓ ଲସ୍କର ଏ ତୋଇବାର ୫ ଜଣ ଆତଙ୍କବାଦୀ ସଂସଦ ଭବନ ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ କିଛି ସମୟ ସ୍ଥଗିତ ରହିଥିଲା ସଂସଦର ଅଧିବେଶନ ।

ସଂସଦରୁ ଅଟଳ ବିହାରୀ ବାଜପେୟୀ ଓ ସୋନିଆ ଗାନ୍ଧି ଫେରି ଯାଇଥିଲେ । ତେବେ, ଲାଲକୃଷ୍ଣ ଆଡଭାନୀଙ୍କ ସମେତ ଅନ୍ୟ ୧୦୦ ଜଣ ସଂସଦରେ ଥିଲେ । ସେତେବେଳେ ଏକ ଧଳା ରଙ୍ଗର ଆମ୍ବାସଡର କାରରେ ୫ ଜଣ ଆତଙ୍କବାଦୀ ପଶିବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ । ଏପରିକି ଜଣେ ଆତ୍ମଘାତୀ ଆତଙ୍କବାଦୀ ସଂସଦ ଭବନ ଗେଟ୍ ନିକଟରେ ନିଜକୁ ଉଡ଼ାଇ ଦେଇଥିଲା ।

20 Years To Parliament Terrorist Attack

ଆକ୍ରମଣ ମାତ୍ରେ ସୁରକ୍ଷାକର୍ମୀ ସଜାଗ ହେବା ସହ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଦିଲ୍ଲୀ ପୋଲିସ ଅନୁସାରେ, ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଉର୍ଫ ତୁଫୈଲ, ମୋହମ୍ମଦ ରାଣା, ରଣବିଜୟ ଓ ହମଜା ଥିଲେ । ଏହି ଆକ୍ରମଣରେ ୫ ଆତଙ୍କବାଦୀଙ୍କ ସହ ୧୪ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣରେ ପ୍ରଥମେ କନେଷ୍ଟବଳ କମଳେଶ କୁମାରୀ ଯାଦବ ସିହଦ ହୋଇଥିଲେ । ଏହା ଛଡ଼ା ସଂସଦର ଏକ ମାଳି, ସଂସଦ ଭବନ ସୁରକ୍ଷା ସେବାର ୨ କର୍ମଚାରୀ ଓ ଦିଲ୍ଲୀ ପୋଲିସର ୬ ଯବାନ ସହିଦ ହୋଇଥିଲେ ।

ଏହି ଆତଙ୍କବାଦୀ ଆକ୍ରମଣ ପଛରେ ମୋହମ୍ମଦ ଅଫଜଲ ଗୁରୁ, ଏସଏ ଆର ଗିଲାନି ଓ ଶୌକତ ହୁସୈନ ସହିତ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସାମିଲ୍ ଥିଲା । ସଂସଦ ଉପରେ ଆକ୍ରମଣର ୧୨ ବର୍ଷ ପରେ ଅଫଜଲ ଗୁରୁକୁ ୨୦୧୩ ଫେବ୍ରୁଆରୀ ୯ରେ ଦିଆଯାଇଥିଲା ଫାଶୀ ।

Leave a Reply