spot_img

Latest Posts

ଆଫଗାନିସ୍ତାନରେ ଥିବା ଆଇଏସ୍‌କେପି ଆତଙ୍କବାଦୀ ସଂଗଠନରେ ୨୦୦ ଭାରତୀୟ

କାବୁଲ: ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଖୁରାସିନ୍‌ରେ ସକ୍ରିୟ ଅଛନ୍ତି ୨୦୦ ଭାରତୀୟ ଆତଙ୍କବାଦୀ । ଏହି ଏହି ଆତଙ୍କବାଦୀମାନେ ଦେଶର ସୁରକ୍ଷା ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନରେ ଆଇଏସକେପିର ପ୍ରାୟ ୨୦୦ ସଦସ୍ୟ ଭାରତୀୟ ଆତଙ୍କବାଦୀ ରହଛନ୍ତି । ତାଙ୍କ ଭିତରେ ବହୁ ମହିଳା ମଧ୍ୟ ରହିଛନ୍ତି।  ବୋଧହୁଏ ଏହି କାରଣରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜାତିସଂଘରେ ଆଫଗାନିସ୍ତାନରେ ଆଇଏସର ସକ୍ରିୟତାର ବିପଦ ବୋଲି ଜଣାଇଥିଲେ।

କିଛି ଦିନ ପୂର୍ବେ କେରଳର ପ୍ରାୟ ୧୪ ଜଣ ଭାରତୀୟ ଏହି ଆତଙ୍କବାଦୀ ସଂଗଠନରେ ଜଡ଼ିତ ଥିବା ଜଣାପଡ଼ିଥିଲା । ୨୦୧୪ ମସିହାରେ ମୋସୁଲରେ ନିଜକୁ ଇସ୍‌ଲାମିକ୍ ଷ୍ଟେଟ୍‌ର କହୁଥିବା ଆତଙ୍କବାଦୀ ସଂଗଠନର କବ୍‌ଜା ହେବା ପରେ ମଲ୍ଲପୁରମ୍, କାସରଗୋଡ ଏବଂ କନ୍ନରୁ ଜିଲ୍ଲାରେ ଏକ ଗୋଷ୍ଠୀ ଜିହାଦିଙ୍କ ସହିତ ସାମିଲ ହୋଇ ଭାରତ ଛାଡ଼ି ପଳାଇଯାଇଥିଲେ । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାର ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ରହୁଛନ୍ତି ।

ଅନ୍ୟ ପକ୍ଷରେ ଗୁଇନ୍ଦା ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନରେ ISKPରେ ସକ୍ରିୟ ଭାରତୀୟ ଆତଙ୍କବାଦୀ ଲଗାତାର ଭାରତରେ ଆତଙ୍କୀ ମଡ୍ୟୁଲ ସୃଷ୍ଟି କରିବାର ଚେଷ୍ଟାରେ ଅଛନ୍ତି। ଗତ ୫ ବର୍ଷରେ ଏନଆଇଏ ଆଇଏସ ସମ୍ପର୍କିତ ପ୍ରାୟ ୧୨ଟି କେସ୍ ରୁଜୁ କରିସାରିଛି। ଏହି ମାମଲାର ତଦନ୍ତ ବେଳେ ଆଇଏସକେପିର ସକ୍ରିୟ ଭାରତୀୟ ଆତଙ୍କବାଦୀଙ୍କ ବିଷୟରେ ଲଗାତାର ସୂଚନା ମିଳିଛି।

ଏଥିସହିତ ପଢ଼ନ୍ତୁ: କାବୁଲ ବିସ୍ଫୋରଣକାରୀ ଆତଙ୍କୀଙ୍କ ସଂଗଠନରେ ସାମିଲ ହୋଇଛନ୍ତି ୧୪ କେରଳ ନାଗରିକ

Latest Posts

Don't Miss