ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀ ଅସୁସ୍ଥ। ଅସୁସ୍ଥ ଯୋଗୁ ହଷ୍ଟେଲ ଛାଡିଲେ ଶତାଧିକ ଛାତ୍ରଛାତ୍ରୀ। ୩ ଦିନ ହେଲା ବଢୁଛି ରୋଗୀଙ୍କ ସଂଖ୍ୟା । । ୭୦ଜଣରୁ ଅଧିକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଥିବା ନେଇ ସ୍କୁଲ ଉପାଧ୍ୟକ୍ଷ ନୃସିଂହ ଚରଣ ଚକ୍ର ସୂଚନା ଦେଇଛନ୍ତି। ହଷ୍ଟେଲରେ ଦୂଷିତ ପାଣିକୁ ବ୍ୟବହାର କରି ଅସୁସ୍ଥ ହେଉଥିବା ସୂଚନା ମିଳିଛି। ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ତାଙ୍କ ଅଭିଭାବକ ନେଇ ମେଡିକାଲରେ ଚିକିତ୍ସା କରାଉଛନ୍ତି। ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ଏଭଳି ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ରହିଛନ୍ତି।

