IIT ହାଇଦ୍ରାବାଦର ଶେଷ ବର୍ଷର ଜଣେ ଛାତ୍ର ୨.୫ କୋଟିର ଅନ୍ତରାଷ୍ଟ୍ରୀୟ ଜବ୍ ଅଫର ପାଇଛନ୍ତି । ଗୋଟିଏ ପଟେ ହାୟରିଂ ସିଜିନ ମନ୍ଥର ରହିଥିବା ବେଳେ ଅନ୍ୟପଟେ ଏହି ଛାତ୍ର ଜଣଙ୍କ ତାଙ୍କର ଶିକ୍ଷାନୁଷ୍ଠାନରେ ଇତିହାସ ରଚିଛନ୍ତି । ଆଇଆଇଟି ହାଇଦ୍ରାବାଦର କ୍ୟାମ୍ପସ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଛାତ୍ର ଏତେ ବଡ଼ ପ୍ୟାକେଜ୍ ପାଇନଥିଲେ । ଜଣେ ୨୧ ବର୍ଷୀୟ କମ୍ପ୍ୟଟର ସାଇନ୍ସ ଛାତ୍ର ଏହି ପ୍ୟାକେଜ୍ ଅଫର ପାଇଛନ୍ତି ।
ଏହି ଜବ୍ ଅଫର ପାଇ ରେକର୍ଡ କରିଛନ୍ତି ବି-ଟେକ ଫାଇନାଲ ବର୍ଷର ଛାତ୍ର ଏଡଓ୍ବାର୍ଡ ନାଥନ ଭର୍ଗିସ । ସେ କମ୍ପ୍ୟୁଟର ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ର ଅଟନ୍ତି । ସେ ଏବେ ଗ୍ଲୋବାଲ ଟ୍ରେଡିଂ ଫାର୍ମ Optiverରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରିବେ । ଆସନ୍ତା ଜୁଲାଇ ମାସରୁ ଏଡଓ୍ବାର୍ଡ ନେଦରଲାଣ୍ଡ ସ୍ଥିର ଏହି କମ୍ପାନୀରେ ଯୋଗଦେବେ । ସବୁଠାରୁ ବଡ଼ କଥା ହେଉଛି, ଏକ ସମର ଇଣ୍ଟର୍ଣ୍ଣଶିପ ପରେ ଏହା ଏକ ପ୍ରି-ପ୍ଲେସମେଣ୍ଟ ଅଫର ଆସିଥିଲା । IITH ଛାତ୍ରଙ୍କ ପାଇଁ ଏହା ସବୁଠାରୁ ବଡ଼ ପ୍ୟାକେଜ ବୋଲି ଶିକ୍ଷାନୁଷ୍ଠାନ ତରଫରୁ କୁହାଯାଇଛି । ଏହା ପୂର୍ବରୁ ୨୦୧୭ରେ ୧ କୋଟି ପ୍ୟାକେଜ ରେକର୍ଡ ରହିଥିଲା । ଏଡଓ୍ବାର୍ଡ Optiverରେ ଦୁଇ ମାସର ଇଣ୍ଟର୍ଣ୍ଣଶିପ କରିଥିଲେ । ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିବା ଏଡଓ୍ବାର୍ଡ ବେଙ୍ଗାଲୁରୁରେ ୭ମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ।

