ଜଗନ୍ନାଥଙ୍କ ପ୍ରେମରେ ୨୨ ବର୍ଷୀୟ ଯୁବକ: ଶସ୍ୟରେ ତିଆରି କରିଛନ୍ତି ଚତୁର୍ଦ୍ଧା ବିଗ୍ରହ

ନୟାଗଡ଼: ଶସ୍ୟରେ ମହାପ୍ରଭୁ । ଧାନରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶୁକ୍ଲ ଧାନ ଓ ମୁଗରେ ଚାରି ବିଗ୍ରହ । ଜଗନ୍ନାଥ,ବଳଭଦ୍ର, ଶୁଭଦ୍ରା, ଓ ସୁଦର୍ଶନଙ୍କର ଚତୁର୍ଦ୍ଧା ବିଗ୍ରହକୁ ତିଆରି କରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜଣେ ୨୨ ବର୍ଷିୟ ଯୁବକ । ଜଗନ୍ନାଥ ପ୍ରେମୀ ତଥା ଅନନ୍ୟ ପ୍ରତିଭାଧାରୀ ଅବଦିତ ସାହୁ, ପ୍ରାୟ ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ମହାପ୍ରଭୁଙ୍କର ଏଭଳି ବିରଳ କଳାକୃତିକୁ ଶସ୍ୟରେ ଜୀବନ କରିଛନ୍ତି । ଏଥିପାଇଁ ତାଙ୍କୁ ତିନିମାସ କଠିନ ପରିଶ୍ରମ କରିବାକୁ ପଡିଛି ।

ଲକଡାଉନ ସମୟରେ ଶସ୍ୟରେ ଚାରି ବିଗ୍ରହଙ୍କୁ ତିଆରି କରିବା ପାଇଁ ଅବଦିତ ସାହୁ ଚିନ୍ତା କରିଥଲେ । ଅରୁଆ ଧାନ, ମୁଗ ସଂଗ୍ରହ କରି ସୋଲ ଓ ଅଠା ସାହାର୍ଯ୍ୟରେ ମହାପ୍ରଭୂଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ତିନିମାସ ସମୟ ଲାଗିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଏହାକୁ ଶେଷ କରିଛନ୍ତି । ଏହା ସହିତ ସେ ମାଟିରେ ରଙ୍ଗ ଦେଇ ଜଗନ୍ନାଥଙ୍କ ବହୁ ସୁନ୍ଦର ସୁନ୍ଦର ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି ଅବଦିତ ।

ଜଗନାଥଙ୍କ ପ୍ରତି ଏଭଳି ପ୍ରଗାଢ଼ ଭକ୍ତି ଓ ନିଆରା କଳାକୃତି ନିର୍ମାଣକୁ ନେଇ ଅବଦିତଙ୍କୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ମିଳିଛି ।

Leave a Reply