spot_img

Latest Posts

ପ୍ରଳୟଙ୍କରୀ ମହାବାତ୍ୟାକୁ ପୂରିଛି ୨୩ ବର୍ଷ; ଆଜି ବି ଅଭୁଲା ଅଲିଭା ସେହି କ୍ଷତ

ଭୁବନେଶ୍ୱର(ନନ୍ଦିଘୋଷ ବ୍ୟୁରୋ): ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ୨୩ ବର୍ଷ ପୂରିଛି । ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶାକୁ ଖିନଭିନ୍ କରି ଦେଇଥିଲା ମହାବାତ୍ୟା । ଏବେ ବି ସେହି ଭୟଙ୍କର ଦୃଶ୍ୟ ଲୋକଙ୍କ ମନରୁ ଲିଭିନି ।  ସେଦିନ ଆଖି ଖୋଲିଲା ବେଳକୁ ପ୍ରକୃତି ଖେଳୁଥିଲା ମୃତ୍ୟର ଖେଳ। ଘୁ ଘୁ ଗର୍ଜନ କରି ମାଡ଼ି ଆସୁଥିଲା ପବନ, ବଞ୍ଚିବା ଆଶାରେ ଦୌଡ଼ୁଥିଲା ଜୀବନ। ଘଣ୍ଟା ପ୍ରତି ୨୯୦ କିଲୋମିଟର ବେଗର ବହିଥିଲା ପବନ। ଭାଙ୍ଗୁଥିଲା ଘର, ମାଟିରେ ଲୋଟୁଥିଲା ମହାଦ୍ରୁମ। ଜୁଆର ମାଡ଼ି ଆସୁଥିଲା । ମୂଷଳଧାରାରେ ବର୍ଷୁଥିଲା ବର୍ଷା । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସଂସାର ବୁଡୁଥିଲା, ସର୍ବସ୍ୱ ଯାଉଥିଲା । ଯୁଆଡ଼େ ଚାହିଁବ, ବିଶେଷକରି ଉପକୂଳ ଅଞ୍ଚଳରେ କୁଢ଼କୁଢ଼ ଶବ । ସବୁଆଡ଼େ ଥିଲା ଆର୍ତ୍ତ ଚିତ୍କାର। ୧୦ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ଆଜି ପୂରିଛି ୨୩ବର୍ଷ। ହେଲେ ସେହି କ୍ଷତ ଆଜି ବି ଅଭୁଲା ଅଲିଭା ।

ମହାବାତ୍ୟା ପରେ ପରେ ରାଜ୍ୟବାସୀଙ୍କ ଭରସା ଜିତିଥିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟୟ ପରିଚାଳନା ପାଇଁ ଗଠନ ହୋଇଥିଲା ଓସଡମା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଓ ମୁକାବିଲା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ । ବହୁମୁଖୀ ଆଶ୍ରୟସ୍ଥଳୀ ସହିତ ମିଶନ ଜିରୋ କାଜୁଆଲଟି ଓଡିଶାକୁ କରିଛି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ରୋଲ ମଡେଲ୍ । ମହାବାତ୍ୟା ପରେ ବି ହୁଦହୁଦ, ଫାଇଲିନ, ତିତଲି, ଫନି, ୟସ୍, ଅମ୍ପନ ଓ ଜୱାଦ ପରି ଅନେକ ବଡ଼ ବଡ଼ ବାତ୍ୟା ଆସିଛି । ହେଲେ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି, ମିଶନ ଜିରୋ କାଜୁଆଲଟି ଓ ନୂତନ ଜ୍ଞାନକୌଶଳରେ ମୁକାବିଲା ଯୋଗୁ ଧନ ଜୀବନ ସୁରକ୍ଷିତ ରହିଛି ।

Latest Posts

Don't Miss