୨୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ

1 min read

ମାଲକାନଗିରି : ୨୪ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ପୂର୍ବ ବସ୍ତର ଡିଭିଜନର ଭୈରମଗଡ଼ ଏରିଆ କମିଟିର ୨୪ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଆସାମ, AOB ଡିଭିଜନ PLGA ସଦସ୍ୟ, ପାର୍ଟି ମେମ୍ବର ଭଳି ହାର୍ଡକୋର ମାଓବାଦୀ ରହିଛନ୍ତି । ସେମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।

ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା ସହ ମାଓ ଦମନ ଅପରେସନ ଚଳାଇଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ମାଓବାଦୀ । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ସବୁ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଛତିଶଗଡ଼ ବିଜାପୁର SP ଜିତେନ୍ଦ୍ର ଚୌହାନ ପ୍ରତିଶୃତି ଦେଇଛନ୍ତି ।