ଜୀବନ୍ତ ଜଳିଗଲେ ୨୫ ଛେଳି ଓ ୪ ଗୋରୁ

ବାଲେଶ୍ବର: ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୨୫ ଛେଳି ଓ ୪ ଗୋରୁ ।  ଗାଁର କୈଳାସ ମଲ୍ଲିକଙ୍କ ଘର ଓ ଗୁହାଳରେ ଏହି ନିଆଁ ଲାଗିଥିଲା ।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗାଁ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ଗୁହାଳ ଘର ସମ୍ପୂର୍ଣ୍ଣ ଜଳିଯିବା ସହ ୨୫ ଛେଳି ଓ ୪ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘରକୁ ଲାଗି ଗୁହାଳ ଘର ଥିବାରୁ ଘର ମଧ୍ୟ ପୋଡିଯାଇଛି ।