ରାଉରକେଲା ଇସ୍ପାତ କାରଖାନାର ୨୫୨୫ ଜଣ କର୍ମଚାରୀ କରୋନା ପଜିଟିଭ୍

2525 Employee Of Rourkela Steel Plant Tests Covid Positive

ରାଉରକେଲା: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୨ ହଜାର ଉପରେ ରହିଛି । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ଖସିବାରେ ଲାଗିଛି । ଜିଲ୍ଲାରେ ଦୈନିକ ମାମଲା ହ୍ରାସ୍ ପାଉଥିବା ବେଳେ ଆରଏସପିରୁ ୨୫ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ

ରାଉରକେଲା ଇସ୍ପାତ କାରଖାନାରେ ୨୫୨୫ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୮ ଶହ ଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରାଉରକେଲା ଇସ୍ପାତ କାରଖାନା ଭିତରେ କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି କରାଯାଇଥିବା ପିଆର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୪୮ ହଜାର ୯୫୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯ ହଜାର ୯୭୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୩୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଜିଲ୍ଲାରେ ୮ ହଜାର ୭୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ।

Leave a Reply