ମୁକୁଲ ରାୟ ଟିଏମସିରେ ଯୋଗଦେବା ପରେ ରାଜ୍ୟ ବିଜେପିରେ ଫାଟ !

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ବିଜେପିରେ ବିଭକ୍ତ ହେବାର ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଆଧିକାରୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏହି ସମୟରେ ସୁଭେନ୍ଦୁଙ୍କ ସହ ୭୭ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୫୧ ଜଣ ହିଁ ତାଙ୍କ ସହ ରାଜ ଭବନରେ ଯାଇଥିଲେ । ଏହି ପୂରା ଘଟଣା ଏବେ ରାଜ୍ୟ ବିଜେପିରେ କିଛି ବିଦ୍ରୋହର ସୂଚନା ଦେବା ଆରମ୍ଭ କରିଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ବିରୋଧୀଦଳର ନେତା ସୁଭେନ୍ଦୁ ରାଜ୍ୟ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ବିଷୟରେ ଆଲୋଚନା କରିବାକୁ ରାଜ୍ୟପାଳଙ୍କୁ ଭେଟିବାକୁ ପହଞ୍ଚିଥିଲେ । ସୁଭେନ୍ଦୁଙ୍କ ସହ ବିଜେପି ଟିକେଟରୁ ନିର୍ବାଚିତ ମୋଟ ୫୧ ଜଣ ବିଧାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ । ଯଦିଓ ନିର୍ବାଚନରେ ବିଜେପିର ୭୭ଜଣ ବିଧାୟକ ନିର୍ବାଚିନତହୋଇଥିଲେ ତଥାପି ୫୧ଜଣ ବିଧାୟକଙ୍କ ଉପସ୍ଥିତି ବିଜେପିର ଭିତିରି କଥାକୁ ପଦାରେ ପକାଇଛି ।

କାହିଁକି ଆସିନଥିଲେ ଅନ୍ୟ ବିଧାୟକ ?

କିନ୍ତୁ ବଡ କଥା ହେଉଛି ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟରେ କେବଳ ୫୧ ଜଣ ବିଧାୟକ ଯାଇଥିଲେ। ବାକି ୨୬ ଜଣ ବିଧାୟକ ସୁଭେନ୍ଦୁଙ୍କ ସହ ଆସିନଥିଲେ । ବର୍ତ୍ତମାନ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ତୃଣମୂଳ କଂଗ୍ରେସରୁ ବିଜେପିକୁ ଆସିଥିବା ସମସ୍ତ ନେତା ଏବେ ପୁଣି ଟିଏମସିକୁ ଫେରୁଛନ୍ତି ।

ତେବେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ମୁକୁଲ ରାୟ ନିକଟରେ ପୁଣି ଥରେ ମମତା ବାନାର୍ଜୀଙ୍କ ସହ ଯୋଗ ଦେଇଛନ୍ତି। ଭାରତୀୟ ଜନତା ଦଳର ଆଉ କିଛି ନେତା ଟିଏମସି ସହ ଯୋଗାଯୋଗ କରୁଥିବା ଖବର ମଧ୍ୟ ରହିଛି। ଏହିସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ ଖୁବ୍ ଶୀଘ୍ର ବହୁ ବିଜେପି ବିଧାୟକ ଟିଏମସିରେ ପୁଣି ଯୋଗ ଦେଇପାରନ୍ତି । ତେବେ ଏପରି ପରିସ୍ଥିତିକୁ ବିଜେପି ଖଣ୍ଡନ କରୁଛି। ଏବଂ ସୁଭେନ୍ଦୁଙ୍କ ସହ ନଥିବା ଅନ୍ୟ ବିଧାୟକଙ୍କ ଉପସ୍ଥିତିକୁ ନେଇ ଦଳ କିଛି ବି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

Leave a Reply