spot_img

Latest Posts

ଭୋପାଳରେ ୨୬ ବାଳିକା ନିଖୋଜ ଘଟଣା, ବସ୍ତି ସମେତ ବିଭିନ୍ନ ସ୍ଥାନରୁ ସମସ୍ତେ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଏକ ବେଆଇନ ଚିଲଡ୍ରେନସ ହୋମରୁ ନିଖୋଜ ହୋଇଥିବା ୨୬ ବାଳିକାଙ୍କୁ ଉଦ୍ଧାର କରିଛି ପ୍ରଶାସନ। ଏହି ଘଟଣାରେ ୨ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ କରାଯାଇଛି ସସପେଣ୍ଡ । ଅନ୍ୟ ୨ ଜଣ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ନିଖୋଜ ହୋଇଥିବା ବାଳିକାଙ୍କ ମଧ୍ୟରୁ ୧୦ ଜଣଙ୍କୁ ଆଦାମପୁର ଚୌନି ଇଲାକା ଓ ୧୩ ଜଣଙ୍କୁ ବସ୍ତିରୁ ଉଦ୍ଧାର କରାଯାଇଛି। ସେହିପରି ଟପ୍ ନଗରରୁ ୨ ଜଣ ଏବଂ ରାଇସେନରୁ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ପରଓ୍ବାଲିଆ ସ୍ଥିତ ଅଞ୍ଚଳ ଗାର୍ଲସ ହଷ୍ଟେଲକୁ ଅଚାନକ ଗସ୍ତ କରିଥିଲେ। ରେଜିଷ୍ଟରରୁ ସେ ଜାଣିବାକୁ ପାଇଥିଲେ ୬୮ ଜଣ ବାଳିକା ଏଣ୍ଟ୍ରି କରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ନିଖୋଜ ଥିଲେ। ନିଖୋଜଙ୍କ ମଧ୍ଯରେ ଥିଲେ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଝିଅ। ସୂଚନା ଅନୁସାରେ ବିନା ଲାଇସେନ୍ସରେ ଜଣେ ମିସନାରୀ ବିଭିନ୍ନ ସାହିରୁ ବାଳିକାଙ୍କୁ ଆଣି ବେଆଇନ ଭାବେ ଚିଲଡ୍ରେନସ ହୋମ ପରିଚାଳନା କରୁଥିଲେ।

Latest Posts

Don't Miss