୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ

1 min read

ନୂଆଦିଲ୍ଲୀ: ୨୬୨ ତାଲିବାନ ଆତଙ୍କବାଦୀଙ୍କ ହତ୍ୟା କରିଛି ଆଫଗାନିସ୍ତାନ ସେନା । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି। ଏହି ଅଭିଯାନ ସମୟରେ ଆହୁରି ୧୭୬ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ‘ଆଇଇଡି’ ବା ‘ଲ୍ୟାଣ୍ଡ୍‌ ମାଇନ୍‌’ ଅକାମି କରାଯାଇଛି ବୋଲି ନିରାପତ୍ତା ବଳ କହିଛି।

ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ, ବାଲ୍‌କ, ଜୌଓ୍ୱାଜ୍ଜାନ ହେଲମାନ୍ଦ, କୁନ୍ଦୁଜ୍ ଏବଂ କାପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏଏନଡିଏସଏଫ୍ ଅଭିଯାନ ଫଳରେ ୨୬୨ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି। କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍ ୪ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି ।

https://twitter.com/MoDAfghanistan/status/1418815094956380166

Leave a Reply