ଭାରତରେ ୩୦ ହଜାର ତଳକୁ ଖସିଲା ଦୖେନିକ କରୋନା ସଂକ୍ରମଣ

1 min read

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୨୬ ହଜାର ୩୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ ଲକ୍ଷ ୩୨ ହଜାର ୫୪୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୦୯୬ରେ ପହଞ୍ଚିଛି । ଦେଶରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୩୨ ହଜାର ୦୦୨ ଥିବା ବେଳେ ସୁସ୍ଥ ହେଲେଣି ୯୪ ଲକ୍ଷ ୫୬ ହଜାର ୪୪୯ ଜଣ ।

ସେହିପରି ଦିନକରେ କେରଳରେ ସର୍ବାଧିକ ୫ହଜାର ୨୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୮ଲକ୍ଷ ସଂକ୍ରମିତ ଥିବା ବେଳେ ୪୮ହଜାର ୩୩୯ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ଟପିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୮ ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply