spot_img

Latest Posts

ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା। ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୨୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀ କ୍ଯାମ୍ପ ଉପରେ ହମଲାରେ ଯାଇଛି ୨୮ ପାଲେଷ୍ଟିନୀୟଙ୍କ ଜୀବନ। ଜବାଲିଆ ଓ ବୁରେଜ ଶରଣାର୍ଥୀ କ୍ୟାମ୍ପ ଉପରେ ହୋଇଥିଲା ହମଲା। ଖାନ ୟୁନିସ ସହର ଉପରେ ମଧ୍ୟ ହମଲା ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି। ହମାସ ଆତଙ୍କୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିବା କହିଛି ଆଇଡିଏଫ। ଦୀର୍ଘ ୧୫ ମାସରୁ ଅଧିକ ସମୟ ହେଲାଣି ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଯୁଦ୍ଧ। ତେବେ ଇସ୍ରାଏଲ ସେନା କେବଳ ହମାସ ଆତଙ୍କୀଙ୍କୁ ଟାର୍ଗେଟ କରିଥିବା କହିଛି।

ଗାଜାର ଜବାଲିଆରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା  ଓ ୪ ଜଣ ଶିଶୁ ରହିଛନ୍ତି। ବୁରେଜ ଅଂଚଳରୁ ଇସ୍ରାଏଲ ଉପରେ ରକେଟ ହମଲା ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଏହି ଆକ୍ରମଣ ହୋଇଥିବା କହିଛି ଆଇଡିଏଫ୍।  ଇସ୍ରାଏଲ-ଗାଜା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ପାଲେଷ୍ଟିନୀୟଙ୍କ ଯୁଦ୍ଧରେ ମୃତ୍ଯୁ ଘଟିଛି। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ଓ ଶିଶୁ। ପ୍ରବଳ ଥଣ୍ଡାରୁ ତମ୍ବୁରେ ରହୁଥିବା ଶରଣାର୍ଥୀ ଅତି ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି ଗାଜାର ସ୍ଵାସ୍ଥ୍ୟ ମନ୍ତ୍ରାଳୟ

 

Latest Posts

Don't Miss