spot_img

Latest Posts

ଟ୍ରଲର ସହ କୋଇଲା ବୋଝେଇ ଟ୍ରକର ମୁହାମୁହିଁ ଧକ୍କା, ଜଳିଗଲେ ୩

ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜିଅନ୍ତା ଜଳିଗଲେ ୩ ଜଣ । ଜଳିଗଲା ଦୁଇଟି ଟ୍ରଲର ଓ ଗୋଟିଏ ଟ୍ରକ। ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ସଦର ଥାନା ସାମ୍ନାରେ ୨ଟି ଟ୍ରଲର ମୁହାଁମହିଁ ଧକ୍କା ହେବାରୁ ଦୁଇଟି ଟ୍ରଲର ଜଳି ଯାଇଥିଲା। ଦୁଇଟି ଟ୍ରଲର ଜଳୁଥିବା ବେଳେ ପଛପଟୁ ଆସି ଆଉ ଏକ 16 ଚକିଆ ଟ୍ରକ ଧକ୍କା ଦେବା ଫଳରେ ଟ୍ରକ୍‌ ମଧ୍ୟ ଜଳିବାକୁ ଲାଗିଲା ।

ଡ୍ରାଇଭର ଫସି ରହିଥିବା ବେଳେ ଜୀବନ୍ତ ଜଳି ଯାଇଥିବା ସୂଚନା ମିଳିଛି । ୨ ଘଣ୍ଟାରେ ନିଆଁକୁ ଆୟତ୍ତ କରିଛି ଦମକଳବାହିନୀ । 49 ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। କ୍ରେନ ସାହାଯ୍ୟରେ ବର୍ତ୍ତମାନ ସୁଦ୍ଧା ଗାଡ଼ି ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଉଦ୍ଧାର ଜାରି ରହିଛି l

Latest Posts

Don't Miss