spot_img

Latest Posts

ରାଜ୍ୟରେ ଆଗାମୀ ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଗାମୀ ୩ ଦିନ ଯାଏ ହିଟ ୱେଭ ବା ଗ୍ରୀଷ୍ମ  ପ୍ରବାହ ଜାରି ରହିବ। ଆଭ୍ୟନ୍ତରୀଣରେ ତାତି  ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ୨୪ ଘଂଟାରେ  ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବରଗଡ଼ ସୋନପୁର ବୌଦ୍ଧ ବଲାଙ୍ଗୀର  ନୂଆପଡା ମାଲକାନଗିରି କନ୍ଧମାଳ କଳାହାଣ୍ଡି ରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ  ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉଷ୍ମ ରାତିର ସ୍ଥିତି ପାଇଁ ସମ୍ବଲପୁର କଳାହାଣ୍ଡି କନ୍ଧମାଳ ଓ ବଲାଙ୍ଗିରରେ ଅରେଞ୍ଜ  ଓ୍ବାର୍ଣ୍ଣିଂ ଜାରିକରାଯାଇଛି । ୨ ଦିନ ଯାଇ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ ରାତିର ଅନୁଭୂତିକୁ ନେଇ ଅରେଞ୍ଜ  ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଗାମୀ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଆଦ୍ରତା ରହୁଛି ଯେଉଁଥିପାଇଁ ଅସହ୍ୟ ଗୁଳୁଗୁଳି ଲାଗିରହିଛି ।  ଏଥିପାଇଁ  ଉଷ୍ମ ଓ ସ୍ଥିତି ରାଜ୍ୟରେ ତିନିଦିନ ଯାଏ ଲାଗିରହିବ। ଏହାସହ ୩  ଦିନ ଯାଏ  ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି  କିଛି  ସ୍ଥାନରେ ବିଜୁଳି  ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ଆକଳନ କରିଛି। ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଖରା ଓ ଗରମ ରହିବ। ତେଣୁ ସତର୍କତା ସହ ଭୋଟ ଦେବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Latest Posts

Don't Miss