ଗଂଜାମରେ ଡାଇରିଆ ନେଲା ଆଉ ୩ ଜୀବନ

ଗଂଜାମରେ ଡାଇରିଆ ନେଲା ଆଉ ୩ ଜୀବନ। ଗତକାଲି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଜଣକର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି ଶୁକୁରୀ ମଳିକ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଆଜି ସକାଳେ ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। । ସ୍ୱାସ୍ଥ୍ୟ ବିଭାଗର ଟିମ ଓ ସାନଖେମୁଣ୍ଡି ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ସାନଖେମୁଣ୍ଡି ଓ ପାତ୍ରପୁର ଅଂଚଳରେ ଡାଇରିଆ ହୋଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୦ରୁ ଅଧିକ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ଫେରିଥିଲେ । ଅନ୍ୟପଟେ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଂଚାୟତ ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ରୋଗୀ ସ୍ତାନାନ୍ତର ପାଇଁ ସମସ୍ୟା ସୃଷ୍ଟି ହେଉଥିବା ସରପଞ୍ଚ ସୂଚନା ଦେଇଛନ୍ତି।