ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ୩ ଜଣ ଶିକାରୀ ଓ ୫ ଦେଶୀ ବନ୍ଧୁକ ଜବତ l କିଛି ଦିନ ତଳେ ବାଘ ଗଣନା ପାଇଁ କୁଳଡିହା ଅଭାୟରଣ୍ୟ ଅଧୀନ ବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ AI କ୍ୟାମେରା ଲଗାଯାଇଥିଲା । କ୍ୟାମେରାରେ ୩ ଜଣ ଶିକାରୀ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିବା ନେଇ କଏଦ ହୋଇଥିଲା । ସୋର ବନାଞ୍ଚଳ ଅଧିକାରୀ ହରିହର ମାଝୀ ଓ କୁଲଡିହା ରେଞ୍ଜ ଅଧିକାରୀ ମିଳିତ ଭାବେ ଉକ୍ତ ଫଟୋକୁ ଆଧାର କରି ଔପଦା ବ୍ଲକ ବେତେଇ ଗାଁରୁ ଜଣେ ଓ ନରସିଂସିଲା ଗାଁରୁ ଦୁଇ ଜଣଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛନ୍ତି । ଏଥିସହ ସେମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୫ଗୋଟି ବନ୍ଧୁକକୁ ଜବତ କରିଛନ୍ତି । ଆଜି ୩ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ।

