ଦେଶରେ ଦିନକରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମିଲା ଦୈନିକ ସଂକ୍ରମଣ । ଲଗାତର ୨ଦିନ ୪ଲକ୍ଷ ଉପରେ ସଂକ୍ରମଣ ପରେ ତୃତୀୟ ଦିନରେ ଆଜି ସଂକ୍ରମଣ ୩ଲକ୍ଷ ୬୬ହଜାର ୧୬୧ ହୋଇଛି । ୩ହଜାର ୭୫୪ ସଂକ୍ରମିତଙ୍କ ଜୀବନ ନେଇଛି  କରୋନା । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୮୧୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୬ଲକ୍ଷ ୬୨ହଜାର ୫୭୫ରେ ପହଞ୍ଚିଛି । ମୋଟ୍ ସୁସ୍ଥ ହେଲେଣି କୋଟିଏ ୮୬ଲକ୍ଷ ୭୧ହଜାର ୨୨୨ରହିଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୪୬ହଜାର ୧୧୬ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୭ଲକ୍ଷ ୪୫ହଜାର ୨୩୭ । ଦେଶରେ ମୋଟ୍ ୧୭କୋଟି ଲକ୍ଷେ ୭୬ହଜାର ୬୦୩ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଟିକାକରଣକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ । ନିଜ ଦେଶରେ ଟିକାକରଣ ହୋଇନି, କିନ୍ତୁ ଅନ୍ୟ ଦେଶକୁ ଟିକା ରପ୍ତାନୀ କରି ନିଜ ଛବିକୁ ଚମକାଇବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୩ଟି ଦେଶକୁ ୬ କୋଟି ୫୦ ଲକ୍ଷ ଡୋଜ କରୋନା ଟିକା ରପ୍ତାନୀ ହୋଇଥିବା ବେଳେ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାହାରକୁ ରପ୍ତାନୀ ହୋଇଥିବା ଟିକା ଜଦି ଭାରତରେ ବ୍ୟବହାର ହୋଇଥାନ୍ତା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ମନିଷ ସିସୋଦିଆ କହିଛନ୍ତି ।

ଅନ୍ତର୍ଜାତୀୟ ଜଗତର ଚିନ୍ତା କରିବା ଭଲ କଥା, ମାତ୍ର ଆମେରିକା, କାନାଡା, ୟୁରୋପ ଦେଶ ପ୍ରଥମରୁ ନିଜ ଲୋକଙ୍କ ପାଇଁ ଭ୍ୟାକ୍ସିନ ଯୋଗାଡ କରିବାରେ ଲାଗିଲେ । ଯେବେ ଏତେ ମାତ୍ରାରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇ ସାରିଥିଲା ତେବେ ଆମ ଦେଶର ଲୋକଙ୍କୁ ପ୍ରଥମେ ଦେଇ କରୋନା ପ୍ରବନ୍ଧନ ସଠିକ୍ ମାର୍ଗରେ ହୋଇ ପାରିଥାନ୍ତା । ମାତ୍ର କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ଛବି ଚମକାଇବା ରଖିବା ପାଇଁ ଟିକା ବାହାରକୁ ରପ୍ତାନୀ କଲେ ।

Leave a Reply