ଚେକିଂ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର : ନାକାବନ୍ଦୀ ବେଳେ ପୋଲିସ ହାତରେ ଲାଗିଲା ଟଙ୍କା। ଚେକିଂ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା। କୌଣସି ପ୍ରମାଣ ଦେଇନପାରିବାରୁ ଗାଡିକୁ ଅଟକ ରଖିଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଧରାପିଡ଼ିଛି ଟଙ୍କା ନେଇଯାଉଥିବା କାର। ଗାଡିଟିକୁ ଜବତ କରିଛି କମିଶନରେଟ ପୋଲିସର ଚନ୍ଦ୍ରଶେଖରପୁର ଥାନା। ଏ ନେଇ ଅଧିକ ଖୋଳତାଡ଼ ଚାଲିଥିବା କହିଛନ୍ତି ପୋଲିସ କମିଶନର।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଙ୍ଗ। ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ଚାଲିଛି ଫୁଟ ପାଟ୍ରୋଲିଂ। ବସ୍ତି ମାନଙ୍କରେ ଫ୍ଲାଗ ମାର୍ଚ୍ଚ କରୁଛି କମିଶନରେଟ ପୋଲିସ। ମଦ୍ୟପ ଡ୍ରାଇଭରଙ୍କୁ ପ୍ରତିଦିନ ଧରାଯାଉଛି। ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲ କହିଛନ୍ତି ପୋଲିସ କମିଶନର।