ରାଜଧାନୀବାସୀଙ୍କ ନିଦ ହଯାଇଥିବା ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଗିରଫ

ଭୁବନେଶ୍ୱର : ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନୀବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ସୁରେଶ ନାୟକ ଓରଫ ରଙ୍ଗା ଓ ପି. ରାମୁଲୁ ରାଓ । ଅଭିଯୁକ୍ତ ରଙ୍ଗା ନାଁ ରେ ୩ଟି ଓ ପି. ରାମୁଲୁ ରାଓ ନାଁରେ ୧୦ ରୁ ଉର୍ଦ୍ଧ୍ବ କେସ ରହିଛି । ଗତ ୨୦ ତାରିଖରେ ଖଣ୍ଡଗିରି ବାରି ଅଞ୍ଚଳର ଲକ୍ଷ୍ମୀଧର ବାରିକ ବାଇକରେ ପତ୍ନୀଙ୍କ ସହ ବରମୁଣ୍ଡା ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଚେନ ଲୁଟର ଶିକାର ହୋଇଥିଲେ ।

ସେଠାରୁ ଚେନ ଲୁଟିବା ପରେ ରାମମନ୍ଦିର ପାଖରୁ ଆଉ ଏକ ଚେନ ଓ ବିଜେବି କଲେଜ ସମ୍ମୁଖରୁ ମୋବାଇଲ ଲୁଟିଥିଲେ । ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରି ଜଣେ ନାବାଳକ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ ଟି ସୁନା ଚେନ, ଗୋଟିଏ ବାଇକ, ମୋବାଇଲ ଆଦି ଜବତ କରାଯାଇଛି।  ଚୋରି ସୁନାକୁ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।