ଓଡ଼ିଶା ପୋଲିସର ନିଦ ହଜାଇଛି ଗ୍ୟାଙ୍ଗଷ୍ଟର ହାଇଦର: ହାଇଆଲର୍ଟରେ ୩୦ ଜିଲ୍ଲାର ଏସ୍‌ପି

1 min read

ଭୁବନେଶ୍ୱର: ଓଡ଼ିଶା ପୋଲିସର ନିଦ ହଜାଇଛି ଫେରାର ଗ୍ୟାଙ୍ଗଷ୍ଟର ହାଇଦରର । ଫେରାର ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ସହ ହାଇଦରକୁ ଧରିବାକୁ ସବୁ ଏସପିଙ୍କୁ ଆଲର୍ଟ କରାଯାଇଛି । ଆଲର୍ଟରେ ୩୦ ଜିଲ୍ଲାର ଏସପି । ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ । ସବୁଠି କ୍ରାଇମବ୍ରାଞ୍ଚର ୮ଟି ସ୍ପେଶାଲ ଟିମର ଅପରସେନ । ସଜାଗ ରହିଛି STF । ଧଳା ରଙ୍ଗର କାରରେ ମେଡିକାଲରୁ ଚମ୍ପଟ ମାରିଛି ହାଇଦର । ପରିବାର ଲୋକ ନା ସହଯୋଗୀଙ୍କ ଜରିଆରେ ଚମ୍ପଟ ମାରିଛି ହାଇଦର ତାକୁ ନେଇ ତନାଘନା କରୁଛି ପୋଲିସ । ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସୁରକ୍ଷା ଦାୟିତ୍ବରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ । ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେପଟେ ଆଉ ଗୋଟିଏ ବଡ଼ ଖୁଲାସା ହୋଇଛି । କଟକ ଆସିବା ପୂର୍ବରୁ ହାଇଦର ବୁର୍ଲା ଭିମାସାରରେ ଚିକିତ୍ସାଧୀନ ନଥିଲା ବୋଲି ସୁପରିନ୍‌ଟେଣ୍ଡେଣ୍ଟ ସ୍ପଷ୍ଟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘେରାଉ କରି ଗାଡ଼ି ଭାଙ୍ଗିଲେ ବିଜେପି କର୍ମୀ, ବିଜେପି ପ୍ରାର୍ଥୀ ଆଶ୍ରିତ ଆକ୍ରମଣରେ ସାମିଲ ନେଇ ଅଭିଯୋଗ

Leave a Reply