spot_img

Latest Posts

କୃଷି ସଂଗଠନର ବୈଠକ: ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରସ୍ତୁତ ହେବ ରଣନୀତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକଙ୍କ ୩୦ ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକରେ କୃଷକମାନେ ସାନ୍ତ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ। ଏହା ବ୍ୟତୀତ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହେବ। କୃଷକମାନେ କହିଛନ୍ତି ଯେ ଆଇନଗତ ନୋଟିସ ପାଇବା ପରେ ସେମାନେ ସୁପ୍ରିମକୋର୍ଟରେ ପକ୍ଷ ରଖିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ।

ଅନ୍ୟପଟେ କୋର୍ଟରୁମ୍‌ରେ ପହଁଞ୍ଚିଥିବା ଚାଷୀ ଆନ୍ଦୋଳନ ମାମଲାର ଗତକାଲି ପ୍ରଥମ ଶୁଣାଣି ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଗତକାଲି ଶୁଣାଣିରେ ଚାଷୀଙ୍କ ସମସ୍ୟାକୁ କୋର୍ଟ ରାଷ୍ଟ୍ରୀୟ ମୁଦ୍ଦା କହିବା ସହ ସ୍ୱତନ୍ତ୍ର କମିଟି କରିବ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସରକାର, ଚାଷୀ ସଂଗଠନ ସହ ଅଂଶୀଦାର ରହିବେ।

ତେବେ ଏହି ନୂତନ କମିଟି କୌଣସି ସମସ୍ୟାର ସମାଧାନ ନୁହଁ ବୋଲି କିଛି କୃଷକ ସଂଗଠନ। କାରଣ ସେମାନେ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ସଙ୍ଗଠନର କହିବା କଥା ସଂସଦରେ ଏକ ଆଇନ ପ୍ରଣୟନ କରିବା ପୂର୍ବରୁ ସରକାରଙ୍କୁ କୃଷକ ଏବଂ ଅନ୍ୟମାନଙ୍କ କମିଟି ଗଠନ କରିବା ଉଚିତ ଥିଲା।

 

Latest Posts

Don't Miss