ଟୁଇନ୍‌ ସିଟିରୁ ୩୦ ନୂଆ କରୋନା ରୋଗୀ ଚିହ୍ନଟ, ଚିନ୍ତା ବଢ଼ାଉଛି ଲୋକାଲ କଣ୍ଟାକ୍ଟ

1 min read

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟ ସହ ରାଜଧାନୀ ଏବଂ କଟକ ସହରରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୋମବାର ପୁଣି ଭୁବନେଶ୍ୱରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦ ଜଣ ଲୋକାଲ କଣ୍ଟାକଟ ରହିଥିବା ବେଳେ ୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଚିନ୍ତାର କାରଣ ହେଉଛି ଲୋକଲ କଣ୍ଟାକ୍ଟ ।

କାନନ ବିହାର ଫେଜ୍‌ ୨ରୁ ୧, ବମିଖାଲ ଜୟଦୁର୍ଗା ନଗର ୧, ନୟାପଲି ମହିମା ଢ଼ାବା ପାଖରୁ ୧, ଆଇଆରସି ଭିଲେଜର ଏକ ଘରୋଇ ଡ଼ାକ୍ତରଖାନାରୁ ୧, ଗଙ୍ଗନଗରରୁ ୧, ୟୁନିଟ୍‌-୮ ଡିଏଭି ସ୍କୁଲ ପାଖରୁ ୧, ୟୁନିଟ-୮ର ରାଧା କୃଷ୍ଣ ବସ୍ତିରୁ ୧, ୟୁନିଟ-୯ରୁ ୧, ପାତ୍ରପଡ଼ାର ଏକ ଘରୋଇ ଡ଼ାକ୍ତରଖାନାରୁ ୧, ଏବଂ ଏକ ଘରୋଇ ହସ୍ପିଠାଲରୁ ୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୨୯ ଜଣ ରୋଗୀ ସୋମବାର ସୁସ୍ଥ ହୋଇଛନ୍ତି ।

ସେପଟେ କଟକରୁ ମଧ୍ୟ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ ଲୋକଲ କଣ୍ଟାକ୍ଟ ରହିଥିବା ବେଳେ ୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । କଟକ ସିଡିଏରୁ ୧, ବାଦାମବାଡ଼ି ରକ୍ସିଲେନରୁ ୧, ଓଡ଼ିଆ ବଜାରରୁ ୧, ରାଉସାପାଟଣାରୁ ୫ ଜଣ ଚିହ୍ନଟ ହୋଇଛନ୍ତି  । ତେବେ ରାଉସାପାଟଣାରୁ ୫ ଜଣ ଏକାଥରକେ ଚିହ୍ନଟ ହୋଇଥିବାରୁ ରାଉସାପାଟଣାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ଏବେ ଲୋକାଲ କଣ୍ଟାକ୍ଟଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଥିବାରୁ କଟକ ଏବଂ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ପାଲଟିଛି ।

Leave a Reply