ଆସନ୍ତା ଜୁଲାଇ ୧ରୁ ପଞ୍ଜାବରେ ମିଳିବ ୩୦୦ ୟୁନିଟ ମାଗଣା ବିଦ୍ୟୁତ

ଚଣ୍ଡିଗଡ଼:  ଆସନ୍ତା ଜୁଲାଇ ୧ରୁ ପଞ୍ଜାବରେ ମିଳିବ ୩୦୦ ୟୁନିଟ ମାଗଣା ବିଦ୍ୟୁତ । ନିର୍ବାଚନ ପୂର୍ବରୁ ଆମ୍ ଆଦମି ପାର୍ଟି କରିଥିବା ଘୋଷଣା ଅନୁସାରେ ରାଜ୍ୟରେ ଉପଭୋକ୍ତାଙ୍କୁ ମିଳିବ ଏହି ରିହାତି । ଆପ୍‌ ଶାସନର ଏକ ମାସ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ।

ପୂର୍ବରୁ ୧୬ ତାରିଖରେ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ହାଇକମାଣ୍ଡ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଆଲୋଚନା କରିଥିଲେ ମାନ୍ । ପଞ୍ଜାବ ବିଜୟ ପଛରେ ଯେଉଁ ପ୍ରମୁଖ କାରଣ ଥିଲା ସେଥିରେ ଥିଲା ୩୦୦ ୟୁନିଟ ମାଗଣା ବିଜୁଳି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ମଧ୍ୟ ପଞ୍ଜାବର ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ । ଯେଉଁଥିରେ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିଓ୍ୱାରୀ ମଧ୍ୟ ସାମିଲ ଥିଲେ ।

ଏଭଳି ସ୍ଥିତିରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖଇରା ପ୍ରଶ୍ନ କରିଛନ୍ତିଯେ, କାହିଁକି  ଜୁଲାଇ ମାସରୁ ମାଗଣାରେ ବିଦ୍ୟୁତ୍‌ ଦିଆଯିବ । ମାନ୍‌ ପ୍ରତିଜ୍ଞା ରଖିଥିବାରୁ ଭୋଳାଥ ବିଧାୟକ ଟ୍ୱିଟ କରି ଭଗବନ୍ତ ମାନଙ୍କଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ତାଙ୍କ କହିବା ହେଉଛି ଜୁଲାଇ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବା କ’ଣ ଆବଶ୍ୟକ ?