ଲକଡାଉନ୍: କାଲିଠୁ ଅଫିସ୍ ଆସି ରୋଷ୍ଟର ଭିତ୍ତିରେ କାମ କରିବେ ୩୩ ପ୍ରତିଶତ କର୍ମଚାରୀ

1 min read

ଭୁବନେଶ୍ୱର: ଲକ୍‌ଡାଉନ୍‌ ନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠାରୁ ଅଫିସ୍‌ କାର୍ଯ୍ୟ ପରିଚାଳନା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଲିଠୁ ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଅଫିସ୍ ଆସିବେ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଆଦି ୯ଟି ଜିଲ୍ଲାରେ ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମୃ କରିବେ । ଗ୍ରୁପ୍‌-ବି, ସି ଏବଂ ଡି’ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବାକୁ କୁହାଯାଇଛି ।

ସେହିଭଳି ସମସ୍ତ ଷ୍ଟାମ୍ପ ଭେଣ୍ଡରଙ୍କୁ କାର୍ଯ୍ୟକ୍ଷମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆର୍‌ଡିସି, ତହସିଲ, ଆରଆଇ ଅଫିସ ଆସିବେ ସବୁ କର୍ମଚାରୀ । ଏସବୁ କାର୍ଯ୍ୟାଳୟରେ ୧୦୦ ପ୍ରତିଶତ କର୍ମଚାରୀ କାମ କରିବେ । ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର, ୟୁନିଟ୍‌ ଓ କ୍ୱାରୀ କାର୍ଯ୍ୟକ୍ଷମ କରାଯିବ । ଏହି ସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟ ଲକଡାଉନରେ ଅଫିସ୍ ଆସିବାକୁ କର୍ମଚାରୀଙ୍କୁ ବାରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିସହ କୃଷି, ପଶୁ ପାଳନ ସହ ସରକାର ନିର୍ମାଣ କାର୍ଯ୍ୟ ଉପରୁ ସ୍ଥଗିତାଦେଶ ହଟାଇଛନ୍ତି ।

ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍, ଏହି ସବୁ ପ୍ରତିବନ୍ଧକ ଉଠାଇଲେ ସରକାର

Leave a Reply