ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନଙ୍କଠାରୁ ଡିପ୍ଲୋମା ଛାତ୍ର ଲୁଟିନେଲା ୩୫ ଲକ୍ଷ ଟଙ୍କା

1 min read

ଭୁବନେଶ୍ୱର : ଡାଟା ସାଇନ୍ସ ଡିପ୍ଲୋମା ଛାତ୍ରର ସାତିର ଦିମାକ୍ । ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନଙ୍କଠାରୁ ଲୁଟିନେଲା ୩୫ ଲକ୍ଷ ଟଙ୍କା  । ଏନେଇ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସନ୍ତୋଷ ସାହୁକୁ ଗିରଫ କରିଛି ସାଇବର ଥାନା ପୋଲିସ  । ଅଭିଯୋଗ ଅନୁସାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ସନ୍ତୋଷ ସାହୁ ସହ ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନ୍ କିଶୋର ଚନ୍ଦ୍ର ଗନ୍ତାୟତଙ୍କର ଦେଖା ହୋଇଥିଲା  । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା  । ପରବର୍ତ୍ତୀ ସମୟରେ କିଶୋରଙ୍କଠାରୁ ଅଭିଯୁକ୍ତ ସନ୍ତୋଷ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । କିଶୋର ଅନଲାଇନ ଗେମ ଆପରେ ଟଙ୍କା ବିନିଯୋଗ କରି ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲେ । ନିଜକୁ ଡାଟା ସାଇଣ୍ଟିଷ୍ଟର ପରିଚୟ ଦେଇ କିଶୋରଙ୍କ ଟଙ୍କାକୁ ଫେରାଇଆଣିବାର ପ୍ରତିଶ୍ରୁତି ଦେଇଥିଲା ସନ୍ତୋଷ  ।What We Know About Friday's Cyber Attack That Broke The Internet | Inc.com

ପରେ ସ୍କ୍ରିନ ସେୟାର ମାଧ୍ୟମରେ କିଶୋରଙ୍କ ମୋବାଇଲରୁ IMPS, UPI, INB ଜରିଆରେ ବାଙ୍ଗାଲୋର ଓ ଆସାନସୋଲ ସ୍ଥିତ ଆକାଉଣ୍ଟକୁ ଟଙ୍କା ପଠାଇଥିଲା  । ସେଠାରୁ ଚତୁରତାର ସହ ପରେ ନିଜ ଆକାଉଣ୍ଟକୁ ଟଙ୍କା ନେଇଆସିଥିଲା ଅଭିଯୁକ୍ତ । ଅକ୍ଟୋବର ୧୯ ତାରିଖରେ ଏନେଇ ଅଭିଯୋଗ ପରେ ସାଇବର ଲୁଟେରା ସନ୍ତୋଷଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । ଅଭିଯୁକ୍ତଠାରୁ ୬ ଲକ୍ଷ ଟଙ୍କା ସହ ଚେକ୍ ବୁକ୍ ଓ ବ୍ୟାଙ୍କ୍ ପାସ ବୁକ୍ ଜବତ କରାଯାଇଛି । ଅଭିଯୁକ୍ତ ଜଣେ ଉଚ୍ଚ ଶିକ୍ଷିତ  ହୋଇଥିବାବେଳେ ଡାଟା ସାଇନ୍ସରେ ସେ ଡିପ୍ଲୋମା କରିଛି । ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ  ।