spot_img

Latest Posts

ପାହାଡ ଉପରେ ମୋରମ ମାଫିଆଙ୍କ ରାଜ୍: ହେଉଛି ମୂଲ୍ୟବାନ ପଥର ଲୁଟ୍

ପାହାଡ ଉପରେ ମୋରମ ମାଫିଆଙ୍କ ରାଜ୍। ମୋରମ ପାଇଁ ଅନୁମତି ଆଣି ମୂଲ୍ୟବାନ ପଥର ଲୁଟ୍ । ଦିନ ଦିପହରେ ବ୍ଲାଷ୍ଟିଂ କରି ଲୁଟୁଛନ୍ତି ଲିଜଧାରୀ। କଟକ ବାଙ୍କୀ ତହସିଲ ଦୁର୍ଗାପୁର ଗ୍ରାମ ପଞ୍ଚାୟତରେ ଥିବା ପାହାଡ ଓ ମାଳତି ପାହାଡରୁ ବେଆଇନ ପଥର ଚାଲାଣ ଅଭିଯୋଗ। ଦୁର୍ଗାପୁର ପାହାଡର ଉତ୍ତର ଦିଗରେ ଥିବା ମୋରମ ଖଣିରୁ ମୋରମ ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ନିଲାମ ଦିଆଯାଇଥିଲା। ମାତ୍ର ଲିଜଧାରୀ ମେସିନ୍ ଲଗାଇ ମୋରମ ଉଠାଣ ପରିବର୍ତ୍ତେ ପାହାଡରୁ ଦାମୀ ପଥର ଚାଲାଣ କରୁଛନ୍ତି। ଖଣି ବିଭାଗ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ ପରେ ମେସିନ ଜବତ କରାଯାଇଛି।

ଦୁର୍ଗାପୁର ମୌଜାରେ ଥିବା ଗ୍ରାମ ଶ୍ମଶାନକୁ ବି ଛାଡ଼ୁ ନାହାନ୍ତି ମୋରମ ଚାଲାଣକାରୀ। ବଡ ବଡ ପଥରକୁ ଡିନାମାଇଟରେ ବିସ୍ଫୋରଣ କରୁଥିବାରୁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଛି। ଫଳରେ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଅଭିଯୋଗ ପାଇ ଖଣି ବିଭାଗ ଅଧିକାରୀ ମାନେ ଚୋରା ଖଣି ସ୍ଥାନକୁ ଆସୁଛନ୍ତି। ହେଲେ କାର୍ଯ୍ୟନୁଷ୍ଠାନ ଶୂନ। କଟକ ଜିଲ୍ଲାପାଳ କହିଛନ୍ତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Latest Posts

Don't Miss