spot_img

Latest Posts

ଓଡିଶାର ଦିଲ୍ଲୀପଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଗୋପାଳ ରତ୍ନ ପୁରସ୍କାର ଦିଆଯିବ

ଓଡିଶାର ଦିଲ୍ଲୀପଙ୍କୁ ମିଳିବ ଗୋପାଳ ରତ୍ନ ପୁରସ୍କାର । ଦିଲ୍ଲୀରେ ଦିଆଯିବ ମାନପତ୍ର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗାଁର ଦିଲ୍ଲୀପ ପ୍ରଧାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଗୋପାଳ ରତ୍ନ ପୁରସ୍କାର ଦିଆଯିବ । ଦିଲ୍ଲୀପ ଗତ ୧୪ ବର୍ଷ ହେଲାଣି BAIF ନାମକ ଏକ ସରକାରୀ ସ୍ଵୀକୃତିପ୍ରାପ୍ତ ଏନଜିଓ ସଂସ୍ଥାରେ AI ଟେକ୍ନିସିଆନ ଭାବେ କାମ କରୁଛନ୍ତି । ମୁଖ୍ୟତଃ ଗାଈଙ୍କ କୃତ୍ରିମ ପ୍ରଜନନ ପାଇଁ ସହାୟକ ଭାବେ ପାତ୍ରପଡା ସେଣ୍ଟରରେ କାମ କରି ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି । ଗତ ତିନି ବର୍ଷରେ ଦିଲ୍ଲୀପ ୪ ହଜାରରୁ ଅଧିକ ଗାଈଙ୍କ କୃତ୍ରିମ ପ୍ରଜନନ କରାଇଛନ୍ତି । ତେଣୁ ତାଙ୍କୁ ଦିଲ୍ଲୀରେ ବେଷ୍ଟ AI ଟେକ୍ନିସିଆନ ଭାବେ ଗୋପାଳ ରତ୍ନ ପୁରସ୍କାର ସାଙ୍ଗକୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ ।

ଦିଲ୍ଲୀପ ଏକମାତ୍ର ଓଡିଆ ଭାବେ ଗୋପାଳ ରତ୍ନ ପୁରସ୍କାର ପାଇବାକୁ ଯାଉଛନ୍ତି । ଯାହାକୁ ନେଇ ତାଙ୍କ ପରିବାର, ସଂସ୍ଥା, ଗାଁ ସବୁଠି ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପାଇଁ ସମସ୍ତେ ବେଶ ଖୁସି ଥିବା ବେଳେ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଦିଲ୍ଲୀପ ଛେଣ୍ଡିପଦା ବ୍ଲକ ୪ ପଞ୍ଚାୟତର ୧୮ ଟି ଗାଁରେ ଗୋସେବା ଯୋଗାଇ ଆସୁଛନ୍ତି ।

Latest Posts

Don't Miss