spot_img

Latest Posts

ବିଜେପି ସରକାର ଆସିବା ପରେ ଲକ୍ଷ୍ମୀ ବସ ସେବାରୁ ବଞ୍ଚିତ ଲୋକେ

୫ଟଙ୍କାରେ ଗାଁରୁ ସହର। ଦୁର୍ଗମ ଅଞ୍ଚଳରେ ରାସ୍ତା ସୁବିଧା ସହ ଲକ୍ଷ୍ମୀ ବସ ସେବା। ମହିଳାଙ୍କୁ ମିଳୁଥିଲା ଅଧିକ ସୁବିଧା। ଏ ଥିଲା ପୂର୍ବ ନବୀନ ସରକାରଙ୍କ ଅବଦାନ। ହେଲେ ବିଜେପି ସରକାର ଆସିବା ପରେ ଏହି ବସ ସେବାର ନାମ ବଦଳାଇ କଲେ ମୁଖ୍ୟମନ୍ତ୍ରୀ ବସ ସେବା। ବସର ରଙ୍ଗ ବି ବଦଳାଇଲେ। ହେଲେ ଲୋକଙ୍କୁ ଯେପରି ସୁବିଧା ମିଳୁଥିଲା ସେଥିରେ ଅଧିକ ଉନ୍ନତି ଆସିବ କଣ ଉପାନ୍ତ ଅଞ୍ଚଳର ଲୋକେ ଏବେ ବସ ସେବାରୁ ବଞ୍ଚିତ ହେଉଛନ୍ତି। ଗଞ୍ଜାମ ଧରାକୋଟ ଅଞ୍ଚଳର ଲୋକଙ୍କୁ ଏବେ ସାତ ସପନ ହେଲାଣି ମୁଖ୍ୟମନ୍ତ୍ରୀ ବସ ସେବା। ମାଇଲ ମାଇଲ ବାଟ ଲୋକଙ୍କୁ ଚାଲିବାକୁ ପଡ଼ୁଛି। କଣ ଏଇଥିପାଇଁ ଲୋକଙ୍କ ସରକାରଙ୍କୁ ଭୋଟ ଦେଇଥିଲେ ଲୋକେ? ଏବେ ଖୋଦ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ତୁଣ୍ଡରେ ଏହି ପ୍ରଶ୍ନ। ଜିଲ୍ଲାର ମୋଟ ୨୨ଟି ବ୍ଳକର ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା । ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲାକୁ ଲୋକେ ସହଜ ଓ ଶସ୍ତାରେ ଯିବାଆସିବା କରି ପାରୁଥିଲେ l ଏବେ ଲୋକଙ୍କ ଅସନ୍ତୋଷ କହିଲେ ନ ସରେ।

ପୂର୍ବ ସରକାର ସମୟରେ ଲକ୍ଷ୍ମୀବସ ସେବା ଉପାନ୍ତ ଗ୍ରାମ ଗୁଡିକ ପାଇଁ ବରଦାନ ପାଲଟିଥିଲା। । ଧରାକୋଟ ବ୍ଲକର ଅନେକ ଉପାନ୍ତ ଗାଁ ଓ ପଞ୍ଚାୟତର ଲୋକେ ଲାଭବାନ ହେଉଥିଲେ । ହେଲେ ଏବେ ମାସେ ହେବ ସାଆବାର, ଧରାକୋଟର ଝାଡ଼ବନ୍ଧ,ଝରପାରି ପଂଚାୟତର ଅନେକ ଗାଁକୁ ଯାଉନି ବସ୍ । ଅନ୍ୟପଟେ ଅନେକ ସ୍ଥାନରେ ରାସ୍ତାକଡ଼ରେ ଏହି ବସ୍ ଅଚଳ ଅବସ୍ଥାରେ ପଡି଼ ରହିଛି । ଏ ନେଇ ବ୍ଲକ ବିଡିଓଙ୍କୁ ଅବଗତ କରାଗଲା। ବିଡିଓଙ୍କ ଉତ୍ତର ହେଉଛି ଖୁବଶୀଘ୍ର ଚାଲୁ କରାଯିବ।

Latest Posts

Don't Miss