ପୁରୀ ବ୍ରହ୍ମଗିରି ଚଉଦ ମଉଜା ଅଞ୍ଚଳର ଚାଷୀମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବେଆଇନ ଭାବରେ ଗିରଫ କରାଯାଇଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତକି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା। ସେ ବ୍ରହ୍ମଗିରି ଥାନା ପରିସରରେ ଅହୋରାତ୍ର ଧାରଣା ଦେଇଛନ୍ତି। ଚଉଦ ମଉଜା କେନାଲକୁ ନେଇ ଗତକାଲି ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ହରିଦାସପୁର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୋଲିସ ୬୦ ଜଣଙ୍କୁ ଉଠାଇ ନେଇଥିଲା। କେନାଲ ଖୋଳାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା। ଚାଷୀଙ୍କୁ ଡରାଇ ଧମକାଇ ଜିଲ୍ଲା ପ୍ରଶାସନର କେନାଲ ଖୋଳୁଥିବାର ଅଭିଯୋଗ ହୋଇଥିଲା। ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ ହରିଦାସପୁର ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ କେନାଲକୁ ନେଇ ବିବାଦ ଲାଗି ରହିଛି ।

