ଓଡ଼ିଶାର ଆଶାୟୀ ଛାତ୍ରଛାତ୍ରୀ ଯେଉଁମାନେ OPSC ପାଇଁ ଅହୋରତ୍ର ପରିଶ୍ରମ କରୁଛନ୍ତି, ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ OPSC ବିଜ୍ଞପ୍ତି ଚକିତ କରିଛି । ସର୍ବୋଚ୍ଚ କ୍ଲାସ 1 ପଦବୀ ନାହିଁ । ଏହା ସରକାରଙ୍କ ସମନ୍ୱୟ ଅଭାବ ଓ ଅବହେଳା ଯୋଗୁଁ ହୋଇଛି । 24 ବର୍ଷ ନବୀନ ପଟ୍ଟନାୟକ ସରକାରରେ ଏହି ସବୁ ପଦବୀ ବାହାରୁଥିଲା । 2025-26 ବିଜେପି ସରକାରରେ ଏହା ବାହାରିଲା ନାହିଁ । ଯାହା ପ୍ରମାଣିତ ହେଉଛି ଯେ ପ୍ରଶାସନର ମେରୁଦଣ୍ଡ ଭାଙ୍ଗିବାକୁ ସରକାର ଚାହୁଁଛନ୍ତି । ସରକାର ଦେବାଳିଆ ଅବସ୍ଥା ଆଡ଼କୁ ଗଲେଣି । ଦରମା ନାହିଁ, ଦରମା ଦେବାକୁ ପଡିବ ବୋଲି ପଦବୀ ବାହାର କରୁ ନାହାନ୍ତି । Over Draft ହେବ, ଦରମା ଦେଇ ପାରିବେ ନାହିଁ । ଆଶାୟୀଙ୍କ ଶହ କୁଠାରଘାତ । Topper ପିଲା ଆଜି ବାଧ୍ୟ ହୋଇ କ୍ଲାସ 2 ପଦ ପାଇଁ ପରୀକ୍ଷା ଦେବେ । କି ପ୍ରତାରଣା ଏହା? ଏହା ଗ୍ରହଣୀୟ ନୁହେଁ, ହେଲମେଟ ନ ପିନ୍ଧିଲେ ଫାଇନ, PUCC ପାଇଁ ରାସ୍ତାରେ ଲୋକଙ୍କୁ ଠିଆ କରାଇଛନ୍ତି ସରକାର । ପ୍ରଶ୍ନପତ୍ର ପ୍ରଘଟ, ଚାକିରୀ ଦୁର୍ନୀତି, ଏବେ ପଦବୀ ବାହାରିଲା ନାହିଁ ।
ବିଜେପି ସରକାର ଭାଷଣ ମୌଜରେ ବ୍ୟସ୍ତ । ହେଲେ ନିଜକୁ ଲୋକଙ୍କ ସରକାର କହିବାରେ ବ୍ୟସ୍ତ । ତୁରନ୍ତ ବିଜ୍ଞପ୍ତି ବାହାରୁ, GA ବିଭାଗ ତାଲିକା ନ ଦେବାରୁ OPSC ବାହାର କରିନି । GA ବିଭାଗର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସେ ଅନୁରୋଧ କରିଛନ୍ତି ପଦବୀ ବାହାର କରିବାକୁ । ଏତେ ଅସହାୟ ଯେ ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଚାଲୁଛି କମ୍ ଝୁଣ୍ଟୁଛି ଅଧିକ । ମୁଖ୍ୟମନ୍ତ୍ରୀ ଓହରି ଯାଆନ୍ତୁ । କ୍ଲାସ 2 ପଦବୀ ବି ଖାଲି ପଡିଛି । କାରଣ ସମସ୍ତଙ୍କ ଇଚ୍ଛା OAS ହେବାକୁ । ସରକାର ପିଲାଙ୍କ ଭବିଷ୍ୟତ ସହ ନ ଖେଳନ୍ତୁ । ସରକାର ଚେତନ୍ତୁ, ନ ହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ।
ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ସରକାରକୁ ନୂତନ ନାଁ ଦେଲେଣି ପିଲା । ସ୍ବପ୍ନ ଭଙ୍ଗା ସରକାର । OPSC ପାଇଁ ଦିନରାତି ପରିଶ୍ରମ କରନ୍ତି । OAS ପରୀକ୍ଷା ଦେବାକୁ ସମସ୍ତଙ୍କ ଇଚ୍ଛା । ହେଲେ ଦୁର୍ଭାଗ୍ୟ, ସରକାରରେ ସବୁ ଇତିହାସରେ ପ୍ରଥମ ଥର ହେଉଛି । 300 ରୁ ଅଧିକ ପଦବୀ ଖାଲି ଅଛି । ହେଲେ ସରକାରଙ୍କ ବେପରୁଆ ମନୋଭାବ ରଖିଛନ୍ତି । OPSC ଅଧ୍ୟକ୍ଷ କହିଲେ, ସରକାର ଯେତେ ତାଲିକା ଦେବେ, ସେତିକି ବାହାରିବ । ଏ ଯାଏଁ ଠିକ ଭାବେ ପଦୋନ୍ନତି ନ ହେବାରୁ ଏପରି ହେଉଛି । ସରକାରଙ୍କ ଅପାରଗତା ପଦାରେ ପଡ଼ିଛି । ଏ ସରକାରରେ କାହାର କାହା ସହିତ ପଡୁନି । ପିଲାଳିଆମୀ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଜ୍ଞପ୍ତି ଆଶ୍ଚର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଜାଣିବା ପରେ ଅନୁରୋଧ କରିଛନ୍ତି । ସେ ଅନୁରୋଧ କରିବେ ନା ନିର୍ଦ୍ଦେଶ ଦେବେ । ଯଦି ଆଜି ମୁଖ୍ୟମନ୍ତ୍ରୀ 151 ପଦବୀ ପାଇଁ ଅନୁରୋଧ କରିଛନ୍ତି । ତେବେ ପଦବୀ ଖାଲି ଅଛି । ଏ ବର୍ଷ ଯେଉଁମାନଙ୍କ ବୟସ ପୂରିଯିବ, ସେ ଆଉ ପରୀକ୍ଷା ଦେଇ ପାରିବେ ନାହିଁ । 18 ମାସରେ 18 ପରୀକ୍ଷା ବିଭ୍ରାଟ । ନବୀନ ପଟ୍ଟନାୟକ ଶିକ୍ଷକ ପରୀକ୍ଷା କରିଥିଲେ । କୋର୍ଟ ଯୋଗୁଁ ଅଟକି ଥିଲା । ବିଜେପି ସରକାର କେବେଳ ନିଯୁକ୍ତିପତ୍ର ଦେଲେ । ଲଢେଇ ରାଜରାସ୍ତାକୁ ଯିବ ବୋଲି ସେ କହିଛନ୍ତି ।

