ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ ଅପହରଣ ଘଟଣାରେ ୪ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ ଅପହରଣ ଘଟଣାରେ ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ଥାନା କଟରା ପଲୀ ଗାଁ ଭିତରୁ ୪ ଅପହରଣ କାରୀ ସହ କାରକୁ ଜବତ କରାଯାଇଛି । ବହୂ ମାରଣାସ୍ତ୍ର ସହ ଅପହରଣ କାରୀ ଗିରଫ ହୋଇଛନ୍ତି । ଗତକାଲି ରାତି ପାଖାପାଖି ସାଢେ ୧୧ଟା ବେଳେ ସୁଶୀଲ ବାଲୁଗାଁ ଆଇଡିବିଆଇ ବ୍ୟାଙ୍କ ତଳେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଏକ ସ୍କୁଟି ଡ଼ିକିରେ ୨୦ ଲକ୍ଷରୁ ଅଧିକ ଟଙ୍କା ନେଇ ଘରକୁ ଫେରୁଥିଲେ । ଏହି ସମୟରେପାଟଣା ସାହି ସ୍କୁଲ ନିକଟରେ ଏକ କାରରେ କିଛି ଦୁର୍ବୁତ୍ତ ସୁଶୀଲଙ୍କୁ ଅପହରଣ କରି ନେଇଯାଇଥିଲେ । ଏହା ସହ ସ୍କୁଟି ମଧ୍ୟ ନେଇଯାଇଥିଲେ ଅପହରଣ କାରୀ । ଏନେଇ ଅଭିଯୋଗ ପରେ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ଓ ବାଲୁଗାଁ ପୋଲିସ ଅପହରଣ କାରୀଙ୍କ ଗାଡିକୁ ପିଛା କରିଥିଲେ । ଟାଙ୍ଗୀ ଚାନ୍ଦପୁର ନିକଟ କଟରା ପଲୀ ନିକଟରେ ଅପହରଣ କାରୀ କାର ସହ ଗାଁ ଭିତରକୁ ପଶି ଯାଇଥିଲେ । ତେବ ଗ୍ରାମାବସୀଙ୍କ ସହାୟତାରେ ୪ ଜଣ ଅପହରଣକାରୀଙ୍କୁ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି । ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ ।